Advertisment

ସମ୍ପତ୍ତି ପାଇଁ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଘର ଭାଙ୍ଗିଲେ

ଯାଜପୁର(ଅଭୟ ପତି): ସମ୍ପତ୍ତି ପାଇଁ ଭୁଲିଗଲେ ମାନବିକତା।  ଠେଙ୍ଗା-ବାଡ଼ି ଦେଖାଇ ଧମକାଇଲେ। ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ମିଳିମିଶି ଭାଙ୍ଗିଦେଲେ ଘର। କୋରେଇ ଥାନା ଅନ୍ତର୍ଗତ ହଳିଦିଗଡ଼ିଆ ପଚାଂୟତ  ଖସାଗଡ଼ିଆ ଗାଁ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି । ଜମି ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ବାସଗୃହ ଭାଙ୍ଗି ଦେବା ଭଳି ଘଟଣା ଗ୍ରାମର ଲୋକଙ୍କ ଆଖିଆଗରେ ଘଟି ଚାଲିଥିବା ବେଳେ କେହି ପାଟି ଖୋଲିବାକୁ ସାହସ କରିନଥିଲେ। ସ୍ୱାମୀ-ପୁଅ-ଝିଅଙ୍କ ସହ […]

ସମ୍ପତ୍ତି ପାଇଁ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ଘର ଭାଙ୍ଗିଲେ

6h

Advertisment

ଯାଜପୁର(ଅଭୟ ପତି): ସମ୍ପତ୍ତି ପାଇଁ ଭୁଲିଗଲେ ମାନବିକତା।  ଠେଙ୍ଗା-ବାଡ଼ି ଦେଖାଇ ଧମକାଇଲେ। ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ମିଳିମିଶି ଭାଙ୍ଗିଦେଲେ ଘର। କୋରେଇ ଥାନା ଅନ୍ତର୍ଗତ ହଳିଦିଗଡ଼ିଆ ପଚାଂୟତ  ଖସାଗଡ଼ିଆ ଗାଁ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି । ଜମି ପାଇଁ ଠେଙ୍ଗାବାଡ଼ି ଦେଖାଇ ଧମକାଇବା ଏବଂ ବୃଦ୍ଧାଙ୍କୁ ଖୁଣ୍ଟରେ ବାନ୍ଧି ବାସଗୃହ ଭାଙ୍ଗି ଦେବା ଭଳି ଘଟଣା ଗ୍ରାମର ଲୋକଙ୍କ ଆଖିଆଗରେ ଘଟି ଚାଲିଥିବା ବେଳେ କେହି ପାଟି ଖୋଲିବାକୁ ସାହସ କରିନଥିଲେ।

Advertisment

ସ୍ୱାମୀ-ପୁଅ-ଝିଅଙ୍କ ସହ ରୁହନ୍ତି ସାବିତ୍ରୀ ମହାରଣା । ଶାଳକଣା-ଖସାଗାଡ଼ିଆ ମଧ୍ୟଭାଗରେ ବିଲକଡ଼େ ଘର କରି ରହୁଥିବା ସାବିତ୍ରୀଙ୍କ ସ୍ୱାମୀ ଗନ୍ଧର୍ବ ଖସାଗାଡ଼ିଆର କାଳନ୍ଦୀ ମହାରଣାଙ୍କ ପୋଷ୍ୟପୁତ୍ର ହୋଇଥିବା ବେଳେ କାଳନ୍ଦୀଙ୍କର ଜନ୍ମିତ ପୁତ୍ରଙ୍କ ମଧ୍ୟରେ ଦୀର୍ଘବର୍ଷ ହେଲା ଜମିଜମା ବିବାଦ ଲାଗି ରହିଥିଲା। ଗତକାଲି ଏହା ଉଗ୍ରରୂପ ନେଇଥିଲା । ଗନ୍ଧର୍ବ ରହୁଥିବା ଘରର ଜମି ଆମର ବୋଲି ଦାବି କରି କାଳନ୍ଦୀଙ୍କ ଜନ୍ମିତ ପୁତ୍ର ଅଲେଖଙ୍କ ସମେତ ପୁତୁରା, ବନ୍ଧୁ ବାନ୍ଧବଙ୍କ ସହ ୫୦ରୁ ଅଧିକ ପହଁଚି ପରିବାର ଲୋକଙ୍କୁ ଠେଙ୍ଗାବାଡ଼ି ଦେଖାଇ ଧମକାଇଥିଲେ । ଗନ୍ଧର୍ବ, ଝିଅ ଏବଂ ପୁଅ ଭୟରେ ଘରୁ ବାହାରି ପଳାଇଥିଲେ ହେଁ ବୃଦ୍ଧା ସାବିତ୍ରୀ କିନ୍ତୁ ଘରେ ରହିଥିଲେ । ଘର ଖାଲି କରିବା ଲକ୍ଷ୍ୟରେ ଆସିଥିବା ଅଲେଖ ଏବଂ ବନ୍ଧୁ ବାନ୍ଧକ ସାବତ୍ରୀଙ୍କୁ ଘର ଭିତରୁ ଘୋଷାରି ଘୋଷାରି ନେଇ ଏକ ଖୁଣ୍ଟରେ ବାନ୍ଧି ଦେବା ପରେ ଘରକୁ ଭାଙ୍ଗିଥିଲେ । ଉକ୍ତ ଦୃଶ୍ୟ ଦେଖିବାକୁ ଶହଶହ ଲୋକ ରୁଣ୍ଡ ହୋଇଥିଲେ ହେଁ କେହିବି ଏହା ବିରୋଧରେ ପାଟି ଖୋଲିନଥିଲେ ।

ପୋଷ୍ୟପୁତ୍ର ଏବଂ ଜନ୍ମିତ ପୁତ୍ରଙ୍କ ମଧ୍ୟରେ ଜମିଜମାକୁ ନେଇ ୫ବର୍ଷ ତଳୁ ବିବାଦ ଲାଗି ଏବେ ମାମାଲା କୋର୍ଟରେ ବିଚାରାଧୀନ ରହିଛି  ।  ତେବେ ବୃଦ୍ଧାଙ୍କୁ ବାନ୍ଧି ଦୁଇଘଣ୍ଟାରୁ ଅଧିକ ସମୟ ଯାଏ ଅଲେଖ ସମେତ ବନ୍ଧୁ ବାନ୍ଧବ ଛପର ଘର ସହ ଆବେଷ୍ଟ ଘରକୁ ଭାଙ୍ଗି ଦେଇଥିଲେ।  ଏଭଳି ଅଭାବନୀୟ ଘଟଣା ସମ୍ପର୍କରେ ଜାଣିବାପରେ କୋରେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନଥିବା ବେଳେ ପୁଲିସ  ପ୍ରତିକ୍ରିୟା ଦେବାକୁ ମନା କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe