Advertisment

ଟ୍ରକ୍‌କୁ ପିଟି ଜଳିଗଲା ଟ୍ରେଲର, ଡ୍ରାଇଭର ଜୀବନ୍ତ ଦଗ୍ଧ

ଆଜି ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥରେ ଏକ ଟ୍ରକ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ଏକ ଟ୍ରେଲର ଟ୍ରକ୍‌ଟିକୁ ଧକ୍କା ଦେଇଥିଲା।

Accident

Accident

Advertisment

ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପିଟିବା ପରେ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଟ୍ରେଲର ଡ୍ରାଇଭର ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

ଆଜି ଭୋର ପ୍ରାୟ ୪ଟା ସମୟରେ ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇ ଏକ ଟ୍ରକ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ସମାନ ଦିଗରୁ ଆସୁଥିବା ଏକ ଲୁହା ରଡ଼ ଵୋଝେଇ ଟ୍ରେଲର ଟ୍ରକ୍‌ଟିକୁ ଧକ୍କା ଦେଇଥିଲା। ଫଳରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା।

ଗାଡି ଭିତରେ ଥିବା ଡ୍ରାଇଭର ଚାପି ହୋଇ ରହିଯିବାରୁ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ଘଟଣାସ୍ଥଳରେ ସେ ଜଳି ଯାଇ ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣାରେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଧର୍ମଶାଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ କରୁଛି ।

ରିପୋର୍ଟ- ଯାଜପୁରରୁ ଗୁଲାମ ଗସ

Accident Deadbody Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe