/odisha-reporter/media/post_attachments/uploads/2021/03/drowned.jpg)
drowned
ଯାଜପୁର (ଗୁଲାମ୍ ଗସ୍): ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଲା ବଡ଼ ଅଘଟଣ। ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବେରୁଦା ବ୍ଲକର ଚିନ୍ତାପଲି ଗ୍ରାମରେ। ଦୁଇ ଭାଇ ହେଲେ ଗାଁ'ର କାହ୍ନୁଚରଣ ଚନ୍ଦଙ୍କ ବଡ଼ ପୁଅ ଦୀନବନ୍ଧୁ ଚନ୍ଦ ଓ ସାନ ପୁଅ ଦିବାକର ଚନ୍ଦ।
ଯୁକ୍ତ ୨ରେ ପଢ଼ୁଥିବା ଦୀନବନ୍ଧୁ ଓ ଦଶମରେ ପଢ଼ୁଥିବା ଦିବାକର ଆଜି ପୂର୍ବାହ୍ନରେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଦୁହେଁ କୌଣସି କାରଣ ବଶତଃ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସାନ ଭାଇକୁ ନଦୀରୁ ଉଦ୍ଧାର କରି ମଧୁବନ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ହେଲେ ସେଠାରେ ଡାକ୍ତର ଦିବାକରକୁ ମୃତ ଘୋଷଣା କରିଥିଲେ। ବଡ଼ ଭାଇ ନିଖୋଜ ଥିବା ବେଳେ ଖବର ପାଇ କୁଆଖିଆ ଦମକଳ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲା। ସେମାନେ ଦୀନବନ୍ଧଙ୍କୁ ଉଦ୍ଧାର କରି ମଧୁବନ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇଭାଇଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଚିନ୍ତାପଲି ଗାଁରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
