/odisha-reporter/media/post_attachments/uploadimage/library/16_9/16_9_0/Jajpur_1684232839.jpg)
Jajpur
ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଯୁବକ। ହେଲେ କ୍ଷଣକ ଭିତରେ ଫେରିଲା ମୃତଦେହ। ନଦୀରେ ବୁଡ଼ିଯାଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।
Advertisment
ବଡ଼ଚଣା ଥାନା ରାଧାଦେଈପୁର ଗେଙ୍ଗୁଟି ନଦୀକୁ ଗାଧେଇବା ପାଇଁ ଯାଇଥିଲେ ପୁରୁଷୋତ୍ତମପୁର ଗାଁର ଅମିତ ଖଣ୍ଡାଇ ଓ ମଳୟ ନାୟକ। ଗାଧୋଇବା ବେଳେ ସେମାନଙ୍କ ଗୋଡ଼ ଚୋରା ବାଲି ଫସି ଯାଇଥିଲେ। ଆଉ ବାହାରି ପାରିନଥିଲେ। ଚିତ୍କାର ଶୁଣି ନଦୀ କୂଳରେ ଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବଡଚଣା ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
ରିପୋର୍ଟ-ଯାଜପୁରରୁ ଗୁଲାମ ଗସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
