Advertisment

ଲୁଗା ଶୁଖାଉଥିବା ବେଳେ ଚାଲିଗଲା ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ୨ ଜଣଙ୍କ ଜୀବନ

ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଆଉ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Crowd

Crowd

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ଟମକା ଥାନା ଜନିନ୍ଦାପାଳ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା।

Advertisment

ମୃତ ପ୍ରଧାନଶିକ୍ଷୟିତ୍ରୀଙ୍କ ନାଁ ନିତୁ ମାରାଣ୍ଡି (୩୩)। 

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ଘର ବାହାରେ ଏକ ଜିଆଇ ତାରରେ ଲୁଗା ଶୁଖାଉଥିଲେ। ସେହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଜଣେ ବ୍ୟକ୍ତି ପ୍ରୟାସ କରିଥିଲେ। ତେବେ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ଦୁହେଁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ଯେଉଁ ଜିଆଇ ତାରରେ ଲୁଗା ଶୁଖାଉଥିଲେ ତାହା ତାଙ୍କ ଘରର ସର୍ଭିସ ତାର ସଂସ୍ପର୍ଶ ଆସିଯାଇଥିଲା। ଫଳରେ ସେଥିରେ ବିଦ୍ୟୁତ୍ ପ୍ରବାହିତ ହେଉଥିଲା। ଆଉ ପ୍ରଧାନ ଶିକ୍ଷୟିତ୍ରୀ ଲୁଗା ଶୁଖାଇବା ପରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ।  

Advertisment
Jajpur