Advertisment

ଟ୍ରକ୍‌ ଚଢ଼ାଉ ଦୁଇ ଜଣଙ୍କୁ ମାରିଦେଲା ମଦ୍ୟପ ଡ୍ରାଇଭର!

ଖବର ପାଇ ଧର୍ମଶାଳା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ପିଛା କରି କୁଆଖିଆ ନିକଟରେ କାବୁ କରିଥିଲା। ତେବେ ଟ୍ରକ୍‌ ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Accident

Accident

Advertisment

କାମ ସାରି ସ୍କୁଟିରେ ଫେରୁଥିଲେ ଦୁଇ ସାଙ୍ଗ। ହେଲେ ଅଧା ରାସ୍ତାରେ ସେମାନଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ମଦ ପିଇଥିବା ଅଭିଯୋଗ ହେଉଛି।

Advertisment

ଧର୍ମଶାଳା ଥାନା ଚହଟା ଗାଁର ରମେଶ ମଲିକ ଓ ସଞ୍ଜୟ ମହାନ୍ତି କାମ ସାରି ସ୍କୁଟରରେ ଘରକୁ ଫେରୁଥିଲେ। ତେବେ ୧୬ ନମ୍ୱର ଜାତୀୟ ରାଜପଥର ଶଙ୍ଖାରିଡିହ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରମେଶ ମଲିକ ଓ ସଞ୍ଜୟ ମହାନ୍ତିଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଦ୍ରୁତ ଗତି ପଳାଇଗଲା ବେଳେ ଜାରକା ବାଇପାସ୍‌ ନିକଟରେ ଆଉ ଏକ ଦୁର୍ଘଟଣା ଘଟାଇଥିଲା। ସେଠାରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଖବର ପାଇ ଧର୍ମଶାଳା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ପିଛା କରି କୁଆଖିଆ ନିକଟରେ କାବୁ କରିଥିଲା। ତେବେ ଟ୍ରକ୍‌ ଡ୍ରାଇଭର ମଦ୍ୟପାନ କରି ବେପରୁଆ ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଧର୍ମଶାଳା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ-ଯାଜପୁରରୁ ଗୁଲାମ ଗସ୍‌

Accident Roadaccident Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe