ଜଳିଗଲା ଗ୍ରୀନ୍ ମାର୍କେଟ୍, ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଗ୍ରୀନ୍ ମାର୍କେଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଦୁଇଟି ପରିବା ଗୋଦାମ ଜଳିଯାଇଛି। ଏହା ସହ ତିନୋଟି 4ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଗଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ, ଗୋଟିଏ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଥିବା ଜଣାପଡିଛି। ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପୁଟର, ନଗଦ ଟଙ୍କା, ପନିପରିବା ଓ […]

jajpur

Ranjit Kumar Jena
  • Published: Monday, 29 March 2021
  • , Updated: 29 March 2021, 08:58 PM IST

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଗ୍ରୀନ୍ ମାର୍କେଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଦୁଇଟି ପରିବା ଗୋଦାମ ଜଳିଯାଇଛି। ଏହା ସହ ତିନୋଟି 4ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଗଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ, ଗୋଟିଏ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଥିବା ଜଣାପଡିଛି।

ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜସରଞ୍ଜାମ ଜଳିପୋଡି ପାଉଁଶ ହୋଇଯାଇଛି। ଯାଜପୁର ରୋଡ୍ ଅଗ୍ନୀସମ ସେବା କେନ୍ଦ୍ରର ୩ଟି ଦମକଳ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଦମକଳ ବାହିନୀ ଓ ପୋଲିସ୍ ପ୍ରଶାସନ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।

Related story