Advertisment

‘ମୋ ପତ୍ନୀ ନିର୍ବାଚନ ଜିତିବାରୁ ରାଗ ଶୁଝାଉଛନ୍ତି ବିରୋଧୀ’

ଯାଜପୁର(ଓଡ଼ିଶା ରିପୋର୍ଟର):ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଙ୍ଗଳପୁର ପଂଚାୟତ ବାଣ ସାହିରେ ନିର୍ବାଚନ ପରବର୍ତ୍ତୀ ହିଂସା ଯୋଗୁ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଏପରିକି ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୁଚନା ଅନୁସାରେ ଶିଶିର ଧଳ ମଙ୍ଗଳପୁର ପଂଚାୟତର ପୂର୍ବତନ ସରପଞ୍ଚ ହୋଇଥିବା ବେଳେ ତାଙ୍କ ପତ୍ନୀ ସସ୍ମିତା ଧଳ ଏଥର […]

author-image
Niharika Rout
ଅଦ୍ୟତନ ହୋଇଛି
‘ମୋ ପତ୍ନୀ ନିର୍ବାଚନ ଜିତିବାରୁ ରାଗ ଶୁଝାଉଛନ୍ତି ବିରୋଧୀ’

jajpur

ଯାଜପୁର(ଓଡ଼ିଶା ରିପୋର୍ଟର):ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଙ୍ଗଳପୁର ପଂଚାୟତ ବାଣ ସାହିରେ ନିର୍ବାଚନ ପରବର୍ତ୍ତୀ ହିଂସା ଯୋଗୁ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଏପରିକି ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

Advertisment

ସୁଚନା ଅନୁସାରେ ଶିଶିର ଧଳ ମଙ୍ଗଳପୁର ପଂଚାୟତର ପୂର୍ବତନ ସରପଞ୍ଚ ହୋଇଥିବା ବେଳେ ତାଙ୍କ ପତ୍ନୀ ସସ୍ମିତା ଧଳ ଏଥର ସରପଞ୍ଚ ଭାବେ ଲଢ଼ୁଥିଲେ। ସେ  ପଙ୍କଜିନି ମହାପାତ୍ରଙ୍କ ହରାଇ ସରପଂଚ  ଭାବେ ଜିତିଥିଲେ।  ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ବଢ଼ିବାକୁ ଲାଗିଲା।

ଶିଶିର କରିଥିବା ଅଭିଯୋଗ ଅନୁଯାୟୀ, ମୋ ପତ୍ନୀ ଏଥର ନିର୍ବାଚନ ଜିତିଥିବାରୁ ଏହାକୁ ବିରୋଧି ଗୋଷ୍ଠୀ ସହି ପାରୁ ନାହାନ୍ତି।  ତେଣୁ ସେମାନେ ଆମକୁ ଗାଳିଗୁଲଜ କରୁଛନ୍ତି। ଗତରାତିରେ ଦୋକାନରୁ ମୋ ଭାଇ ଘରକୁ ଯିବା ବାଟରେ ସେମାନେ ତାକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

Advertisment

[caption id="attachment_717779" align="aligncenter" width="650"]thana ମଙ୍ଗଳପୁର ଥାନା ସମ୍ମୁଖରେ ଉତ୍ତ୍ୟକ୍ତ ଲୋକ ।[/caption]

ହେଲେ ଅପରପକ୍ଷର ସିପ୍ରା ସୋନାଲି ମଲ୍ଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଓଲଟା ଅଭିଯୋଗ ଆଣିଛନ୍ତି, ଶିଶିର ଧଳ ଓ ତା ଭାଇ ସହ ମୋ ଘରେ ପଶି ଜିନିଷପତ୍ର ଭଙ୍ଗାରୁଜା କଲେ। ଭୁଜାଲି ଧରି ମାରିବାକୁ ଗୋଡ଼ାଇଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ । ତାକୁ ଭୋଟ ନ ଦେବାରୁ ସେ ଆମକୁ ହାଣିବ ବୋଲି କହୁଛି। ଏନେଇ ଅଭିଯୋଗ କଲେବି ତା’ ବିରୋଧରେ କିଛି ପଦକ୍ଷେପ ନିଆଯାଉନି।

ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ। ପୁଲିସ ଦୁଇଟି ମାମଲା କରି ଦୁଇ ଜଣଜୁ ଅଟକ ରଖିଥିବା ମଙ୍ଗଳପୁର ଥାନା ଅଧିକାରୀ ସୁଚନା ଦେଇଛନ୍ତି।