ଖାଁ ଖାଁ ବୁଥ୍‌, ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ

ଯାଜପୁର(ଗୁଲାମ ଗସ): ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିନିମନ୍ତେ  ବୁଥ୍‌ ସହ ଅଧିକାରୀ ବି ପ୍ରସ୍ତୁତ ଥିବା ବେଳେ ଭୋଟରଙ୍କ ଦେଖା ନାହିଁ । ଏପରି ଘଟଣା ଆଜି ଯାଜପୁର ଶ୍ରୀବନ୍ତପୁର ପଞ୍ଚାୟତରେ ଘଟିଛି । ୨ ଗୋଟି  ୱାର୍ଡର ଗ୍ରାମବାସୀ ଆଜି ହେଉଥିବା ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାକୁ ବଞ୍ଚିତ ହେଉଥିବା ପ୍ରତିବାଦରେ ନେଇଛନ୍ତି ଏପରି ପଦକ୍ଷେପ । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଶ୍ରୀବନ୍ତପୁର ପଞ୍ଚାୟତର  ସ୍ଥାନୀୟ ସ୍କୁଲରେ […]

jajpur

Niharika Rout
  • Published: Thursday, 24 February 2022
  • , Updated: 24 February 2022, 01:35 PM IST

ଯାଜପୁର(ଗୁଲାମ ଗସ): ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିନିମନ୍ତେ  ବୁଥ୍‌ ସହ ଅଧିକାରୀ ବି ପ୍ରସ୍ତୁତ ଥିବା ବେଳେ ଭୋଟରଙ୍କ ଦେଖା ନାହିଁ । ଏପରି ଘଟଣା ଆଜି ଯାଜପୁର ଶ୍ରୀବନ୍ତପୁର ପଞ୍ଚାୟତରେ ଘଟିଛି । ୨ ଗୋଟି  ୱାର୍ଡର ଗ୍ରାମବାସୀ ଆଜି ହେଉଥିବା ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାକୁ ବଞ୍ଚିତ ହେଉଥିବା ପ୍ରତିବାଦରେ ନେଇଛନ୍ତି ଏପରି ପଦକ୍ଷେପ ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଶ୍ରୀବନ୍ତପୁର ପଞ୍ଚାୟତର  ସ୍ଥାନୀୟ ସ୍କୁଲରେ  ୧୮ ଓ ୧୯ ନମ୍ବର ବୁଥ ହୋଇଛି।  ୧୮ ନଂ ବୁଥରେ ୧୯୪ ଭୋଟର ଥିବା ବେଳେ ୧୯ ନଂ ବୁଥ୍‌ରେ ୧୮୭ ଭୋଟର ଅଛନ୍ତି।  ଏଥିନିମନ୍ତେ ଆଜି ସକାଳୁ ବୁଥ୍‌ରେ ପୋଲିଂ ପାର୍ଟି ପ୍ରସ୍ତୁତ ରହିଥିଲେ । ମାତ୍ର ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ କେହି ଭୋଟ ଦେବାକୁ ଆସି ନ ଥିବା କହିଛନ୍ତି ଉଭୟ ପ୍ରିଜାଇଡିଂ ଅଫିସର  । ଘଟଣା ସମ୍ପର୍କରେ ବୁଝୁବୁଝୁ ଉଭୟ ୱାର୍ଡର ଭୋଟର ଭୋଟ ବର୍ଜନ କରିଥିବା ଜଣାଯାଇଛି।

[caption id="attachment_716049" align="aligncenter" width="650"] ଭୋଟ ବର୍ଜନ କରିଥିବା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।[/caption]

ପୂର୍ବରୁ  ବାଉଁଶ ଅଂଟା ଗ୍ରାମବାସୀ ଯାବରା ପଞ୍ଚାୟତରେ ରହିଥିଲେ  ।  ଗତ ପଞ୍ଚାୟତ ନିର୍ବାଚନରେ ଏହି ଗ୍ରାମକୁ ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ କରାଯାଇଥିଲା । ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ ହେବା ପରେ ଗ୍ରାମବାସୀ ପଂଚାୟତ ସ୍ତରୀୟ ଅନେକ କାର୍ଯ୍ୟରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡ଼ିଓ ଓ  ଜିଲାପାଳଙ୍କୁ ଜଣାଇଥିଲେ ହେଁ କେହି  କର୍ଣପାତ କରୁ ନାହାନ୍ତି। ତେଣୁ  ଗ୍ରାମବାସୀ ଭୋଟ ବର୍ଜନ କରିବା ସହ  ବୁଥ ସମ୍ମୁଖରେ ଧାରଣାରେ ବସିରହିଛନ୍ତି   ।

ଏନେଇ ଉଭୟ ବୁଥ୍‌ର ପ୍ରିଜାଇଣ୍ଡିଂ ଅଫିସର କହିଛନ୍ତି, ଆମେ ସକାଳ ୭ଟାରୁ ବୁଥ୍‌ରେ ବସିଛୁ। ହେଲେ ଭୋଟରଙ୍କ ଦେଖା ନାହିଁ। ଏନେଇ ଉପରିସ୍ଥ ଅଧିକାରୀ ଓ ପୁଲିସ୍‌କୁ ଜଣାଯାଇଛି। ଆମେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରିବୁ।

Related story