Advertisment

ଆମକୁ ଅଟକାଅନି, ଆମେ ଚାଲିଲୁ ନବୀନ ନିବାସ

ଯାଜପୁର(ଗୁଲାମ ଗସ୍‌ ) ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବୁଣାକାରଙ୍କ ପଦଯାତ୍ରା । ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରୁ ପଦଯାତ୍ରାର ଶତାଧିକ ବୁଣାକାର ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି। ବିଶେଷ କରି ଫନି ବାତ୍ୟା ଓ ଗତବର୍ଷ ବନ୍ୟାରେ ବୁଣାକାରମାନଙ୍କୁ ଘୋଷଣା ମୁତାବକ କ୍ଷତି ପୂରଣ  ନମିଳିବା  କୋଭିଡ  ମହାମାରୀ ପରିପ୍ରେକ୍ଷୀରେ ସ୍ପେଶାଲ ପ୍ୟାକେଜ ଘୋଷଣା , ବୁଣାକାରମାନଙ୍କ ଲାଗି ତନ୍ତଶାଳା ର୍ନିମାଣ ଭଳି ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୁଣାକାର । ବୁଣାକାରମାନେ […]

author-image
Tapas Behera
ଆମକୁ ଅଟକାଅନି, ଆମେ ଚାଲିଲୁ ନବୀନ ନିବାସ

6hq

ଯାଜପୁର(ଗୁଲାମ ଗସ୍‌ ) ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବୁଣାକାରଙ୍କ ପଦଯାତ୍ରା । ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗାଁରୁ ପଦଯାତ୍ରାର ଶତାଧିକ ବୁଣାକାର ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଛନ୍ତି। ବିଶେଷ କରି ଫନି ବାତ୍ୟା ଓ ଗତବର୍ଷ ବନ୍ୟାରେ ବୁଣାକାରମାନଙ୍କୁ ଘୋଷଣା ମୁତାବକ କ୍ଷତି ପୂରଣ  ନମିଳିବା  କୋଭିଡ  ମହାମାରୀ ପରିପ୍ରେକ୍ଷୀରେ ସ୍ପେଶାଲ ପ୍ୟାକେଜ ଘୋଷଣା , ବୁଣାକାରମାନଙ୍କ ଲାଗି ତନ୍ତଶାଳା ର୍ନିମାଣ ଭଳି ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୁଣାକାର । ବୁଣାକାରମାନେ ପଦଯାତ୍ରାରେ ବାହାରିଥିବା ବେଳେ ସେମାନଙ୍କୁ ଅଟକାଇବା ଲାଗି ରସୁଲପୁର ବିଡିଓ, ତହସିଲଦାର ପହଞ୍ଚିଥିଲୋ ତେବେ ବୁଣାକାର ତାହା  ନଶୁଣିବା ସହ ପଦଯାତ୍ରା ଜାରି ରଖିଛନ୍ତି।  ପାରମ୍ପରିକ ବାଦ୍ୟ କୀର୍ତ୍ତନ ସହ ବୁଣାକାରମାନେ ପଦଯାତ୍ରାରେ ବାହାରିଛନ୍ତି । ଏହି ପଦଯାତ୍ରା ଆସନ୍ତା ଗୁରୁବାର ଦିନ ପୂର୍ବାହ୍ନର ନବୀନ ନିବାସରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

Advertisment