ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟଡାଉନ୍

ଯାଜପୁର(ଗୁଲାମ ଗସ୍): କରୋନାର ସଂକ୍ରମଣ ଏବେ ପ୍ରାୟ ଚାରି ଆଡ଼େ କାୟା ବିସ୍ତାର କରିସାରିଛି। ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି କିଛି ଜିଲ୍ଲା ସମ୍ପୂର୍ଣ୍ଣ ଲକଡାଉନ୍ କିମ୍ବା ସପ୍ତାହାନ୍ତ ଶଟଡାଉନର ଘୋଷଣା କରିଛନ୍ତି। ଏବେ ଏହି କ୍ରମରେ ଯାଜପୁର ଜିଲ୍ଲା ମଧ୍ୟ ସାମିଲ୍ ହୋଇଛି। ଯାଜପୁର ଜିଲ୍ଲାରେ ସମସ୍ତ ସରପଞ୍ଚଙ୍କ ନିଷ୍ପତ୍ତି କ୍ରମେ ସମଗ୍ର ଜିଲ୍ଲାକୁ ସପ୍ତାହାନ୍ତ ଶଟଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ ଘୋଷଣା […]

shut-down

shut-down

Ranjit Kumar Jena
  • Published: Friday, 30 April 2021
  • Updated: 30 April 2021, 07:53 PM IST

Sports

Latest News

ଯାଜପୁର(ଗୁଲାମ ଗସ୍): କରୋନାର ସଂକ୍ରମଣ ଏବେ ପ୍ରାୟ ଚାରି ଆଡ଼େ କାୟା ବିସ୍ତାର କରିସାରିଛି। ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ଦେଖି କିଛି ଜିଲ୍ଲା ସମ୍ପୂର୍ଣ୍ଣ ଲକଡାଉନ୍ କିମ୍ବା ସପ୍ତାହାନ୍ତ ଶଟଡାଉନର ଘୋଷଣା କରିଛନ୍ତି। ଏବେ ଏହି କ୍ରମରେ ଯାଜପୁର ଜିଲ୍ଲା ମଧ୍ୟ ସାମିଲ୍ ହୋଇଛି।

ଯାଜପୁର ଜିଲ୍ଲାରେ ସମସ୍ତ ସରପଞ୍ଚଙ୍କ ନିଷ୍ପତ୍ତି କ୍ରମେ ସମଗ୍ର ଜିଲ୍ଲାକୁ ସପ୍ତାହାନ୍ତ ଶଟଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ ଘୋଷଣା କରିଥିବା ବେଳେ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ନଜର ରେ ରଖି ଜିଲ୍ଲାର ୩୧୧ ପଞ୍ଚାୟତର ସରପଞ୍ଚ ଶଟଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଯାହା ଫଳରେ ଯାଜପୁର ଓ ବ୍ୟାସନଗର ପୌରପାଳିକା ସହ ୧୦ଟି ବ୍ଲକର ୩୧୧ ପଞ୍ଚାୟତ ସପ୍ତାହାନ୍ତ ଶଟଡାଉନ ରହିବ। ଏହି ସମୟରେ ଜରୁରୀ କାଳୀନ ସେବା ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟବସାୟ ମହାସଂଘ ଆଜି ବଡ଼ ନିଷ୍ପତ୍ତି ନେଇଛି । ସୋମବାର ଅର୍ଥାତ୍ ମେ’ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ମହାସଂଘ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୪୫, କଟକରୁ  ୫୭୦, ପୁରୀରୁ ୫୧୪ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ବଲାଙ୍ଗିରରୁ ୪୫୯,  ବରଗଡ଼ରୁ ୪୨୩, ଅନୁଗୋଳରୁ  ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ଷ୍ଟେଟ୍ ପୁଲ୍‌ରୁ  ୨୭୭, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩ ଓ ଦେବଗଡ଼ରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos