/odisha-reporter/media/post_attachments/uploadimage/library/16_9/16_9_0/Child_1676464861.jpg)
Child
ବଞ୍ଚିଥିବା କୁନି ଝିଅକୁ ଫିଙ୍ଗିଦେଲା କିଏ? ବର୍ତ୍ତମାନ ସୁଦ୍ଧା ଫିଙ୍ଗିଥିବା ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ପୁଲିସ୍ ଶିଶୁ କନ୍ୟାକୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି। ଆଜି ଏପରି ହୃଦୟ ବିଦାରକ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ଘଟିଛି।
Advertisment
କାଳିଆପାଣି ଥାନା ଅନ୍ତର୍ଗତ କୋଳିପଶି ଗାଁ ପାଖ ନଟା ମଧ୍ୟରେ ଜଣେ ନବଜାତ କନ୍ୟା ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ଶିଶୁ କନ୍ୟାକୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଶିଶୁ କନ୍ୟା ମୁଁହରେ ଗଭୀର କ୍ଷେତ ଚିହ୍ନ ରହିଛି। ତାକୁ କୌଣସି ବ୍ୟକ୍ତି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
