Advertisment

ରାତିରେ ମଦପାଣି ବିକିବା ମହଙ୍ଗା ପଡ଼ିଲା

ଯାଜପୁର(ଅଭୟ ପତି): ଲକଡାଉନ ନିୟମ ଭାଙ୍ଗି ରାତିରେ ମଦ ବିକିବା ପଡ଼ିଲା ମହଙ୍ଗା। ସିଲ ହେଲା ମଦବାର। ଏଥିସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ  ବିପୁଳ ପରିମାଣରେ  ମଦ ଜବତ କରାଯାଇଛି। ଏଭଳି ଘଟଣା ଘଟିଛି ଯାଜପୁର ରୋଡ ଅଞ୍ଚଳରେ। ସହରରେ ଥିବା କିଙ୍ଗସ୍‌ (kings) ମଦବାରର ଦୁଇଜଣ କର୍ମଚାରୀ ଗତ କାଲି ରାତିରେ ଲକଡାଉନ ସମୟରେ କୋଭିଡ଼ ନିୟମକୁ ବେଖାତିର କରି ତିନୋଟି ବଡ଼ବଡ଼ ପେଟିରେ ବିଦେଶୀ ମଦ ବିକ୍ରି କରୁଥିଲେ।  ଏହି ସମୟରେ […]

ରାତିରେ ମଦପାଣି ବିକିବା ମହଙ୍ଗା ପଡ଼ିଲା

iop

Advertisment

ଯାଜପୁର(ଅଭୟ ପତି): ଲକଡାଉନ ନିୟମ ଭାଙ୍ଗି ରାତିରେ ମଦ ବିକିବା ପଡ଼ିଲା ମହଙ୍ଗା। ସିଲ ହେଲା ମଦବାର। ଏଥିସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ  ବିପୁଳ ପରିମାଣରେ  ମଦ ଜବତ କରାଯାଇଛି। ଏଭଳି ଘଟଣା ଘଟିଛି ଯାଜପୁର ରୋଡ ଅଞ୍ଚଳରେ।

Advertisment

ସହରରେ ଥିବା କିଙ୍ଗସ୍‌ (kings) ମଦବାରର ଦୁଇଜଣ କର୍ମଚାରୀ ଗତ କାଲି ରାତିରେ ଲକଡାଉନ ସମୟରେ କୋଭିଡ଼ ନିୟମକୁ ବେଖାତିର କରି ତିନୋଟି ବଡ଼ବଡ଼ ପେଟିରେ ବିଦେଶୀ ମଦ ବିକ୍ରି କରୁଥିଲେ।  ଏହି ସମୟରେ ଯାଜପୁରରୋଡ ପୁଲିସ ଖବର ପାଇ ଘଟଣା ସ୍ଥଳରେ ବିପୁଳ ପରିମାଣର ବିଦେଶୀ ମଦସହ ଦୁଇଜଣ କର୍ମଚାରୀଙ୍କୁ ଧରିଥିଲେ।

ଏଥିସହିତ ଉକ୍ତ କିଙ୍ଗସ୍‌ ବାରକୁ ସିଲ କରିଦେଇଥିଲେ। ଆଜି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଗତବର୍ଷ ଏହି ବାର ଲକଡାଉନ ସମୟରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏହି ଘଟଣାରେ ବାରର କର୍ମଚାରୀ ଗିରଫ ହେବାପରେ ଗତଥର କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୃକୁଂଚନ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ପୁଲିସ ପ୍ରତିକ୍ରିୟା ଦେବାକୁ ମନାକରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe