Advertisment

ତହସିଲ୍ ଅଫିସରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ। ଆତ୍ମହୁତି କରୁଥିବା ମହିଳା ଜଣକ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷୟ ରାଉତଙ୍କ ପତ୍ନୀ ଅନିମା ରାଉତ। ସେ ନିଜର ଜମି ବିକ୍ରି ଅନୁମତି ପାଇଁ ଦୀର୍ଘ ଦିନ ହେଲା ଧର୍ମଶାଳା ତହସିଲଦାରଙ୍କ ନିକଟରେ ଆପତ୍ତି କରି ହତାଶ ହେବା ପରେ ଆଜି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଅନ୍ୟପଟେ ତହସିଲ କ୍ଷମତା ବାହାରେ ଥିବାରୁ ଏଭଳି ବିଳମ୍ବ ହୋଇଛି […]

author-image
Ranjit Kumar Jena
ତହସିଲ୍ ଅଫିସରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

jajapur

ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ। ଆତ୍ମହୁତି କରୁଥିବା ମହିଳା ଜଣକ ଧର୍ମଶାଳା ଥାନା ନେଉଳପୁର ଗ୍ରାମର ଅକ୍ଷୟ ରାଉତଙ୍କ ପତ୍ନୀ ଅନିମା ରାଉତ। ସେ ନିଜର ଜମି ବିକ୍ରି ଅନୁମତି ପାଇଁ ଦୀର୍ଘ ଦିନ ହେଲା ଧର୍ମଶାଳା ତହସିଲଦାରଙ୍କ ନିକଟରେ ଆପତ୍ତି କରି ହତାଶ ହେବା ପରେ ଆଜି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଅନ୍ୟପଟେ ତହସିଲ କ୍ଷମତା ବାହାରେ ଥିବାରୁ ଏଭଳି ବିଳମ୍ବ ହୋଇଛି ବୋଲି ତହସିଲଦାର କହିଛନ୍ତି।

Advertisment

ଅଭିଯୋଗକାରୀ ଅନିମା ରାଉତ କହିଛନ୍ତି, ମୁଁ ଓ ମୋ ପୁଅ ତିନି ମାସ ତଳେ ତହସିଲ୍ ଅଫିସ୍ ଆସିଥିଲୁ। ସେଠାରେ ଏଡିଏମ ଓ ତହସିଲଦାରଙ୍କୁ ମୁଁ ଜମି ବିକିବାକୁ କହିଥିଲି। ସେମାନଙ୍କ କହିବା ମୁତାବକ ମୁଁ ଆରଆଇ ଅଫିସରୁ ରିପୋର୍ଟ କରିକି ଆଣିଲି। ଆସିବା ପରେ ଏଡିଏମ୍ ସେଠାରୁ ଚାଲିଯାଇଥିଲେ। ଆଉ ତହସିଲଦାର ମୋତେ ଚାମ୍ବରରୁ ବାହାରି ଯିବା ସହ ମୋ କାମ କରିବାକୁ ମନା କରିଦେଇଥିଲେ। ଏହା ପରେ ପୁଣି ତହସିଲଦାରଙ୍କ ପାଖକୁ ଗଲା ପରେ ସେ ମୋତେ ଉପଜିଲ୍ଲାପାଳଙ୍କ ଠାରୁ ଅର୍ଡର ଆଣିବାକୁ କହିଥିଲେ।

ଉପଜିଲ୍ଲାପାଳଙ୍କ ପାଖକୁ ତିନି ମାସ ଧରି ଦୌଡ଼ିବା ପରେ ଶନିବାର ମୁଁ ତାଙ୍କ ଠାରୁ ରିପୋର୍ଟ ନେଇକି ଆସିଲି। ରିପୋର୍ଟ ନେଇ ତହସିଲଦାରଙ୍କୁ ଦେଲା ପରେ ସେ କହିଲେ ମୁଁ ତୁମ ଜମି ବିକ୍ରି କରିପାରିବିନି। ମୁଁ ବହୁତ ଅନୁରୋଧ କରିବା ପରେ ମଧ୍ୟ ତହସିଲଦାର ଶୁଣିଲେ ନାହିଁ। ଏହା ପରେ ମୁଁ ରାଗିକି ନିଜ ଦେହରେ ପେଟ୍ରୋଲ ଢାଳି ଦେଲି ବୋଲି ଅନିମା ରାଉତ କହିଛନ୍ତି।

Advertisment

ସେହିପରି ତହସିଲଦାର କହିଛନ୍ତି ଯେ ଅକ୍ଟୋବର ମାସରେ ମହିଳା ଜଣକ ଚକ ଅନୁମତି ପାଇଁ ଆବେଦନ କରିଥିଲେ। ଯେହେତୁ ଏହା ଆଇନ୍ ଅନୁଯାୟୀ ତାଙ୍କ ଜମି ଯୋଗ୍ୟ ନୁହେଁ, ସେଥିପାଇଁ ନଭେମ୍ବରରେ ଆମେ ତାଙ୍କ ଆବେଦନକୁ ରିଜେକ୍ଟ କରିଥିଲୁ। ଅନ୍ୟପକ୍ଷରେ ତହସିଲଦାର ପାଲଟା ଅଭିଯୋଗ ଆଣିଛନ୍ତି ଯେ ସେ ସଂପୃକ୍ତ ମହିଳାଙ୍କ ବିରୋଧରେ ଏଫଆଇଆର୍ ଦେବେ। କାରଣ ମହିଳା ଜଣକ ମୋର ଏବଂ ଆମ ଷ୍ଟାଫଙ୍କୁ ବଦନାମ କରିବା ପାଇଁ ନିଜ ଦେହରେ ନିଆଁ ଲଗାଇବାକୁ ପ୍ରୟାସ କରିଥିଲେ।