Advertisment

ଶବ ସଂସ୍କାର ସାରି ନଦୀରେ ଗାଧୋଉଥିଲେ, ଚାଲିଗଲା ଯୁବକଙ୍କ ଜୀବନ

ମୃତକ ଯାଜପୁର ଥାନା ରାମବାଗ ହୀରାପୁର ଗ୍ରାମର ନିଶିକାନ୍ତ ମଲିକ। ଗାଁ ଶ୍ମଶାନ ଘାଟକୁ ଲାଗିଥିବା ବୈତରଣୀ ନଦୀରେ ଆଜି ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
Young man drowned

Young man drowned

Advertisment

ଶବ ସଂସ୍କାର କରିବା ପରେ ନଦୀକୁ ଯାଇ ଗାଧୋଉଥିଲେ। ହେଲେ ଦୁର୍ଭାଗ୍ୟ ଯେମିତି ମୁଣ୍ଡ ନେବାକୁ ଚାହିଁ ବସିଥିଲା। ଅକାତକାତ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଯାଜପୁର ଥାନା ରାମବାଗ ହୀରାପୁର ଗ୍ରାମର ନିଶିକାନ୍ତ ମଲିକ। ଗାଁ ଶ୍ମଶାନ ଘାଟକୁ ଲାଗିଥିବା ବୈତରଣୀ ନଦୀରେ ଆଜି ଏହି ଅଘଟଣ ଘଟିଛି।

Advertisment

ଆଜି ସକାଳୁ ଜଣେ ପଡ଼ୋଶୀଙ୍କ ମୃତ୍ୟୁ ହେବାରୁ ସେ ଗାଁ ନିକଟ ବାରୁଣୀ ଶ୍ମଶାନ ଘାଟକୁ ଦାହ ସଂସ୍କାର କରିବାକୁ ଅନ୍ୟମାନଙ୍କ ସହ ଯାଇଥିଲେ। କାମ ସାରି ଶ୍ମଶାନ ଘାଟକୁ ଲାଗିଥିବା ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଅନ୍ୟ କେହି ବି ନ ଥିଲେ। ଗାଧୋଇବା ବେଳେ ଗଣ୍ଡରେ ବୁଡ଼ି ଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନଥିଲା। ତେଣୁ ଅଗ୍ନିଶମ ବାହିନୀକୁ ନଦୀରେ ଖୋଜାଖୋଜି କରିବାକୁ ଡକାଇଥିଲେ।

ଅଗ୍ନିଶମ ବାହିନୀ ଖୋଜାଖୋଜି କରି ପାଣି ଭିତରରୁ ନିଶିକାନ୍ତଙ୍କୁ ଠାବ କରିଥିଲେ। ପରେ ତାଙ୍କୁ ଦମକଳ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏହା ଜାଣିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ଗ୍ରାମର ଜଣେ ପଡୋଶୀଙ୍କ ଶବ ସଂସ୍କାର କରିବାକୁ ଆସି ଏହି ଯୁବକ ନିଜେ ଶବ ହୋଇଯିବା ଘଟଣା ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ରିପୋର୍ଟ- ଯାଜପୁରରୁ ସଞ୍ଜୀବ ନାୟକ

Unnatural Death Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe