Advertisment

କେହି ଶୁଣିଲେନି, ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡ଼ି ଆଗରେ ଶୋଇଲେ ଯୁବକ

ଦଶରଥପୁର (ଓଡ଼ିଶା ରିପୋର୍ଟର): ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେବା ପରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡି ଆଗରେ ଶୋଇଲେ ଜଣେ ବ୍ୟକ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଡାହାଣହତା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଡାହାଣହତା ଗାଁର ପାଣ୍ଡବ ସାହୁଙ୍କ ଅଭିଯୋଗ ଅନୁସାରେ ତାଙ୍କର ନିଜସ୍ୱ କୋଠା ଘର ନାହିଁ। ଘର ଖଣ୍ଡେ ପାଇଁ ସେ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ […]

ଅଦ୍ୟତନ ହୋଇଛି
କେହି ଶୁଣିଲେନି, ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡ଼ି ଆଗରେ ଶୋଇଲେ ଯୁବକ

dasharathpur

Advertisment

ଦଶରଥପୁର (ଓଡ଼ିଶା ରିପୋର୍ଟର): ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେବା ପରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡି ଆଗରେ ଶୋଇଲେ ଜଣେ ବ୍ୟକ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଡାହାଣହତା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଡାହାଣହତା ଗାଁର ପାଣ୍ଡବ ସାହୁଙ୍କ ଅଭିଯୋଗ ଅନୁସାରେ ତାଙ୍କର ନିଜସ୍ୱ କୋଠା ଘର ନାହିଁ। ଘର ଖଣ୍ଡେ ପାଇଁ ସେ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ ସମସ୍ତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଏଥିରେ ତାଙ୍କୁ ବାରମ୍ବାର ବିଫଳତା ମିଳିଥିଲା।

ଯାହା ଫଳରେ ଯାଜପୁର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ଗତକାଲି ଦଶରଥପୁର ବ୍ଲକକୁ ଆସିଥିବା ବେଳେ ତାଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ ପାଣ୍ଡବ। ଏହି ସମୟରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ଓ ବ୍ଲକର ଅନ୍ୟ କର୍ମଚାରୀ ପାଣ୍ଡବଙ୍କୁ ଅବଶ୍ୟ ସେଠାରୁ ହଟାଇ ଦେଇଥିଲେ।

Advertisment

ଏହା ପରେ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ପାଣ୍ଡବଙ୍କ ସମସ୍ୟା ବୁଝିବାକୁ ଅବଶ୍ୟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ବିଡିଓ କହିଛନ୍ତି ଯେ ପାଣ୍ଡବ ଯଦି ଯୋଗ୍ୟ ଥିବେ, ତାଙ୍କୁ ଆବାସ ଗୃହ ଯୋଗାଇ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe