Advertisment

ପୁରୀରେ ଜଳ ଜୀବନ ମିଶନ କର୍ମଶାଳା, ସାମିଲ ହେବେ ୬ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆସନ୍ତା ୧୧ ତାରିଖରେ ପୁରୀରେ ଜଳଜୀବନ ମିଶନର ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ୬ଟି ରାଜ୍ୟ ସରକାରଙ୍କ ପ୍ରତିନିଧି , ସାମାଜିକ କର୍ମୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗ ଦେବେ।ଜଳ ସଂରକ୍ଷଣ ଓ ସଞ୍ଚ କ୍ଷେତ୍ରରେ ଓଡ଼ିଶାକୁ ଏହି କର୍ମଶାଳା ଆୟୋଜନ କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। ରାଜ୍ୟ ପାନୀୟ ଜଳ ଓ ପରିଚ୍ଛନ୍ନତା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଳଶକ୍ତି […]

ପୁରୀରେ ଜଳ ଜୀବନ ମିଶନ କର୍ମଶାଳା, ସାମିଲ ହେବେ ୬ରାଜ୍ୟ

jala-mission-conference-will-held-in-puri

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆସନ୍ତା ୧୧ ତାରିଖରେ ପୁରୀରେ ଜଳଜୀବନ ମିଶନର ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ୬ଟି ରାଜ୍ୟ ସରକାରଙ୍କ ପ୍ରତିନିଧି , ସାମାଜିକ କର୍ମୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗ ଦେବେ।ଜଳ ସଂରକ୍ଷଣ ଓ ସଞ୍ଚ କ୍ଷେତ୍ରରେ ଓଡ଼ିଶାକୁ ଏହି କର୍ମଶାଳା ଆୟୋଜନ କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି।
ରାଜ୍ୟ ପାନୀୟ ଜଳ ଓ ପରିଚ୍ଛନ୍ନତା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜଳଶକ୍ତି ମନ୍ତ୍ରଣାଳୟ ଓଡ଼ିଶାରେ ଦୁଇଦିନିଆ ଆଞ୍ଚଳିକ କର୍ମଶାଳା ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ। ଏହି କର୍ମଶାଳାରେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଆଣ୍ଡାମାନ ଓ ନିକୋବର ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ସାମିଲ ହେବାର କାର୍ଯ୍ରକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ୨୦୨୪ ମସିହା ସୁଦ୍ଧା ଦେଶର ପ୍ରତ୍ୟେକ ପରିବାର ପାଖରେ ପାଇପ ଯୋଗେ ପାନୀୟ ଜଳ ଉପଲବ୍ଧ କରାଇବା ନିମନ୍ତେ ଜଳଜୀବନ ମିଶନର ଘୋଷଣା କରିଥିଲେ। ଏବେ ପାରମ୍ପରିକ ପଦ୍ଧତିରେ ଭୂତଳ ଜଳ ସଂରକ୍ଷଣ, ବର୍ଷା ଜଳ ସଂରକ୍ଷଣ ଓ ପରିଚାଳନା ତଥା ପ୍ରତ୍ୟେକ ପରିବାର ପାଖରେ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବା ନିମନ୍ତେ ଜଳଶକ୍ତି ମନ୍ତ୍ରଣାଳୟ ଗୁରୁତ୍ୱ ଦେଉଛି। ଏହି ଦୁଇଦିନିଆ କର୍ମଶାଳାରେ ସବୁ ପକ୍ଷ ସହ ବିଚାରବିମର୍ଶ ପରେ ଜଳଜୀବନ ମିଶନର ମୋଡାଲିଟି ମଧ୍ୟ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe