Advertisment

ଜମି ଅଧିଗ୍ରହଣ ବିଲକୁ ବିଜେଡିର ବିରୋଧ

ନୂଆଦିଲ୍ଲୀ: ଲୋକସଭାରେ ଆଜି ପୁଣି ଥରେ ଜମି ଅଧିଗ୍ରହଣ ବିଲ ଆଗତ ହୋଇଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମ ଦଳ ଭଳି ବିଜେଡି ମଧ୍ୟ ଏହାକୁ ବିରୋଧ କରିଛି।  ବିଜେଡି ସାଂସଦମାନେ ବି ବିଲକୁ ବିରୋଧ କରିଥିଲେ। ଦଳୀୟ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ ଜମି ଅଧିଗ୍ରହଣ ବିଲକୁ ତାଙ୍କ ଦଳ ବିରୋଧ କରୁଛି। ବିଲରେ ଯେତିକି ସଂଶୋଦନ ଅଣାଯାଇଛି ସେତିକିରେ ଦଳ ସନ୍ତୁଷ୍ଟ ନାହିଁ। ତେଣୁ ବର୍ତ୍ତମାନ ଯେଉଁ ରୂପରେ ବିଲକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜମି ଅଧିଗ୍ରହଣ ବିଲକୁ ବିଜେଡିର ବିରୋଧ

bhartruhari-mahtab

ନୂଆଦିଲ୍ଲୀ: ଲୋକସଭାରେ ଆଜି ପୁଣି ଥରେ ଜମି ଅଧିଗ୍ରହଣ ବିଲ ଆଗତ ହୋଇଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ବାମ ଦଳ ଭଳି ବିଜେଡି ମଧ୍ୟ ଏହାକୁ ବିରୋଧ କରିଛି।  ବିଜେଡି ସାଂସଦମାନେ ବି ବିଲକୁ ବିରୋଧ କରିଥିଲେ। ଦଳୀୟ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ଯେ ଜମି ଅଧିଗ୍ରହଣ ବିଲକୁ ତାଙ୍କ ଦଳ ବିରୋଧ କରୁଛି। ବିଲରେ ଯେତିକି ସଂଶୋଦନ ଅଣାଯାଇଛି ସେତିକିରେ ଦଳ ସନ୍ତୁଷ୍ଟ ନାହିଁ। ତେଣୁ ବର୍ତ୍ତମାନ ଯେଉଁ ରୂପରେ ବିଲକୁ ଆଗତ କରାଯାଇଛି ତାହାକୁ ଦଳ ବିରୋଧ କରୁଛି।

Advertisment

ଗତ ମାର୍ଚ୍ଚ ୯ ତାରିଖରେ ଲୋକସଭାରେ ଜମି ଅଧିଗ୍ରହଣ ବିଲ୍ ଆଗତ ହେବା ପରେ ବିଜେଡି ସାଂସଦମାନେ ଏଥିରେ କିଛି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ସେଥିରୁ ୪ଟି ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରି ନେଇଥିଲେ। ଆଉ କେତେକ ଦାବିକୁ ସରକାର ଗ୍ରହଣ କରି ନଥିଲା। ତେଣୁ ଲୋକସଭାରେ ବିଲ ଉପରେ ଭୋଟିଂ ବେଳେ ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ବିଲଟି ସେତେବେଳେ ଲୋକସଭାରେ ପାରିତ ହୋଇଯାଇଥିଲେ ହେଁ

ରାଜ୍ୟସଭାରେ ପାରିତ ହୋଇପାରି ନଥିଲା। ତେଣୁ ପରେ ସରକାରଙ୍କୁ ଏନେଇ ପୁଣି ଅଧ୍ୟାଦେଶ ଜାରି କରିବାକୁ ପଡ଼ିଥିଲା।

Advertisment