/odisha-reporter/media/post_attachments/uploads/2021/12/covid-2.jpg)
covid
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ପୂର୍ବ ମାସ ତୁଳନାରେ ନୂଆ ଗାଇଡଲାଇନରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି। ବିଶେଷକରି ଜାନୁଆରୀ ମାସ ପାଇଁ ଅଧିକ କଟକଣା କରାଯାଇଛି। ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ପୂର୍ବଭଳି ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ।
ନୂଆ ଗାଇଡଲାଇନ୍ ମୁତାବକ, ଜାନୁଆରୀ ମାସରେ କୌଣସି ସ୍ଥାନରେ ପିକନିନ୍ କରିବାକୁ ମନା କରାଯାଇଛି। ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ ମନାଇ ପାରିବେ ନାହିଁ। ଏପରିକି ଜାନୁଆରୀ ମାସରେ କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ମନାଇବାକୁ ଯାଇପାରିବେ ନାହିଁ।
ରାଜ୍ୟ ସରକାର ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ନା କରିଛନ୍ତି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି।ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନକୁ ମଧ୍ୟ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। କୌଣସି ବାର୍ଷିକ ଉତ୍ସବ ଓ ଆନିଭର୍ସାରୀ ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି।
ତେବେ ରାଜ୍ୟ ସରକାର ଯାତ୍ରା, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି। ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଯାତ୍ରା କରାଯାଇପାରିବ। ହେଲେ ଏସବୁ କୋଭିଡ୍ ନିୟମ ଅନୁସାରେ ଆୟୋଜନ କରାଯିବ। ଏହଛଡ଼ା ସିନେମା ହଲ୍ ପାଇଁ ମଧ୍ୟ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଚାଲିବ। ତେବେ ସିନେମା ହଲ୍ ଯିବା ପାଇଁ ଦର୍ଶକଙ୍କୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପୂରା ଦେଶ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରବେଶ କରିସାରିଛି। ରାଜ୍ୟରେ ଆଜି ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
