ମୋଦି ଗରିବଙ୍କ ରକ୍ଷକ, ନବୀନ ଗରିବ ବିରୋଧୀ: ଜାଭଡେକର
- Published: Sunday, 22 October 2017
- , Updated: 22 October 2017, 09:47 PM IST
<p>ଭୁବନେଶ୍ୱର: ମୋଦି ଗରିବ ରକ୍ଷକ, ନବୀନ ଗରିବ ବିରୋଧୀ। ଆଜି ଭୁବନେଶ୍ୱରେ ନବୀନଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର।</p>
<p>ସେ କହିଚନ୍ତି- “୧୭ ବର୍ଷ ଧରି ଓଡ଼ିଶାରେ ବିକାଶ ଠପ୍ ହୋଇଯାଇଛି। ଏଠି ଭ୍ରଷ୍ଟ ଓ ପିସି ସରକାର ଚାଲୁଛି। ଗରିବଙ୍କୁ ବସ୍ତିରୁ ଉଚ୍ଛେଦ ଲାଗି ନବୀନ ପ୍ରୟାସ କରୁଥିବା ବେଳେ ଏହା କରିବାକୁ ଦିଆଯିବନି।”</p>
<p>ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରର ସଂଗଠନ ମଜବୁତ ପାଇଁ ଦାୟିତ୍ୱ ନେଇଥିବା ଜାଭଡେକର ଆଜି ବୁଦ୍ଧନଗର ବସ୍ତିରେ ଡି. ଲକ୍ଷ୍ମୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ।</p>
<p>ଜାଭଡେକରଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି।</p>