/odisha-reporter/media/post_attachments/uploads/2020/09/arrest-1.jpg)
arrest
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ ଆଇଆରବି ଯବାନ । ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତିପ୍ରୀୟା ଗତ ୧୧ ତାରିଖରେ ବିଷ ପିଇ ଦେଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ ।
Advertisment
ଜ୍ୟୋତିଙ୍କ ପରିବାର ଲୋକେ ଝିଅର ମୃତ୍ୟୁ ଖବର ପାଇ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ସହ ଝିଅକୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।
ଘଟଣାର ତଦନ୍ତ କରି ଦେବଗଡ଼ ପୋଲିସ୍ ସ୍ୱାମୀ ଅଶ୍ୱିନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରି କୋର୍ଟଚାଲାଣ କରିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
