Blast
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ନାରାୟଣପୁରର ସୋନପୁର ଅଞ୍ଚଳରେ ଦେଖିବାକୁ ମିଳିଛି ନକ୍ସଲଙ୍କ ବର୍ବର କାଣ୍ଡ। ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ସହିଦ ହୋଇଥିବା ଯବାନ ଜଣଙ୍କ ହେଲେ ITBP ୫୩ ନମ୍ବର ବାଟାଲିୟନର ଏଏସ୍ଆଇ ରାଜେନ୍ଦ୍ର ସିଂ। ବିସ୍ଫୋରଣରେ ହେଡ୍ କନଷ୍ଟେବଳ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସୋନପୁରଅଞ୍ଚଳରେ ରାସ୍ତା କାମ ଚାଲିଥିଲା। ନକ୍ସଲମାନେ ଏହି ରାସ୍ତାକାମକୁ ବିରୋଧ କରୁଥିଲେ। ଆଜି ପ୍ରାୟ ୩୦ରୁ ୪୦ ଜଣ ଯବାନ ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଦେବାକୁ ପହରା ଦେବାକୁ ଯାଉଥିଲେ। ଏହି ସମୟରେ ନକ୍ସଲମାନେ ଖଞ୍ଜି ଥିବା ଲ୍ୟାଣ୍ଡମାଇନ ବିସ୍ପୋରଣ ହୋଇଥିଲା। ଏଥିରେ ଏଏସ୍ଆଇ ରାଜେନ୍ଦ୍ର ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ହେଡ୍ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ତେବେ ଅନ୍ୟ ଯବାନମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ପରେ ପୁଲିସ ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Untitled-1-53.jpg)