Advertisment

ବେକରେ ରଶି ଦେଇ ଝୁଲି ଗଲେ ସିଆରପିଏଫ୍ ଯବାନ

ବରଗଡ଼(ଓଡ଼ିଶା ରିପୋର୍ଟର): ବେକରେ ରଶି ଦେଇ ଝୁଲି ଗଲେ ସିଆରପିଏଫ୍ ଯବାନ। ଆଜି ବରଗଡ଼ ସିଆରପିଏଫ୍ କ୍ୟାମ୍ପରେ ଏଭଳି ଅଘଟଣ ଘଟିଛି। ମୃତକ ୟୁପିର ସୁବେଶ କୁମାର ସିଂ। ବୟସ ପ୍ରାୟ ୩୨। ଗୋବିନ୍ଦପୁର ରିଜର୍ଭ ଅଫିସ ସିଆରପିଏଫ୍ କ୍ୟାମ୍ପରେ ଥିବା ବାସ ଭବନରୁ ତାଙ୍କ ମୃତଦାହ ମିଳିଛି। ସେ ଘରର ଆରଜବେଷ୍ଟ ତଳେ ଥିବା ପାଇପରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ସୂଚନା ପାଇ ବରଗଡ଼ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ […]

ଅଦ୍ୟତନ ହୋଇଛି
ବେକରେ ରଶି ଦେଇ ଝୁଲି ଗଲେ ସିଆରପିଏଫ୍ ଯବାନ

Jawan-suiside

Advertisment

ବରଗଡ଼(ଓଡ଼ିଶା ରିପୋର୍ଟର): ବେକରେ ରଶି ଦେଇ ଝୁଲି ଗଲେ ସିଆରପିଏଫ୍ ଯବାନ। ଆଜି ବରଗଡ଼ ସିଆରପିଏଫ୍ କ୍ୟାମ୍ପରେ ଏଭଳି ଅଘଟଣ ଘଟିଛି। ମୃତକ ୟୁପିର ସୁବେଶ କୁମାର ସିଂ। ବୟସ ପ୍ରାୟ ୩୨। ଗୋବିନ୍ଦପୁର ରିଜର୍ଭ ଅଫିସ ସିଆରପିଏଫ୍ କ୍ୟାମ୍ପରେ ଥିବା ବାସ ଭବନରୁ ତାଙ୍କ ମୃତଦାହ ମିଳିଛି। ସେ ଘରର ଆରଜବେଷ୍ଟ ତଳେ ଥିବା ପାଇପରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି।

Advertisment

ସୂଚନା ପାଇ ବରଗଡ଼ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବରଗଡ଼ ପୁରୁଣା ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଏହି ଯବାନ କାହିଁକି ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଆତ୍ମହତ୍ୟା ପଛରେ ମାନସିକ ଚାପ ନା ଆଉକିଛି ରହିଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe