Advertisment

ପାଇଲଟ ହେଲିକପ୍ଟର ବୁଲାଅ...ଫିଲ୍ମ ଷ୍ଟାଇଲରେ ଆସି ଟେକିନେଲେ ଡିଜିପି

ବୌଦ୍ଧ/ଫୁଲବାଣୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଡିଜିପିଙ୍କ ହେଲିକପ୍ଟରରେ ଏୟାର ଲିଫ୍ଟ ହେଲେ ଆହତ ଯବାନ। ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରାୟ ୮ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଗୁରତର ଆହତ ଦୁଇଜଣ ଏସ୍ଓଜି କମାଣ୍ଡୋଙ୍କୁ ନିଜ ହେଲିକପ୍ଟରରେ ଭୁବନେଶ୍ୱର ଆଣିଥିଲେ ଡିଜିପି ଅଭୟ । ଭୁବନେଶ୍ୱର ଏମ୍ସରେ ଏବେ ଦୁଇ ଯବାନଙ୍କ ଚିକିତ୍ସା ଚାଲିଛି । ତେବେ ଗୁଳିବିନିମୟରେ ମାଓବାଦୀଙ୍କ ପକ୍ଷରୁ ମଧ୍ୟ କିଛି ଆହତ ହୋଇଥିବା ସୂଚନା ମିଳିଛି। କନ୍ଧମାଳ ଗୋଚ୍ଛାପଡ଼ା […]

ଅଦ୍ୟତନ ହୋଇଛି
ପାଇଲଟ ହେଲିକପ୍ଟର ବୁଲାଅ...ଫିଲ୍ମ ଷ୍ଟାଇଲରେ ଆସି ଟେକିନେଲେ ଡିଜିପି

786

Advertisment

ବୌଦ୍ଧ/ଫୁଲବାଣୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଡିଜିପିଙ୍କ ହେଲିକପ୍ଟରରେ ଏୟାର ଲିଫ୍ଟ ହେଲେ ଆହତ ଯବାନ। ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରାୟ ୮ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଗୁରତର ଆହତ ଦୁଇଜଣ ଏସ୍ଓଜି କମାଣ୍ଡୋଙ୍କୁ ନିଜ ହେଲିକପ୍ଟରରେ ଭୁବନେଶ୍ୱର ଆଣିଥିଲେ ଡିଜିପି ଅଭୟ । ଭୁବନେଶ୍ୱର ଏମ୍ସରେ ଏବେ ଦୁଇ ଯବାନଙ୍କ ଚିକିତ୍ସା ଚାଲିଛି । ତେବେ ଗୁଳିବିନିମୟରେ ମାଓବାଦୀଙ୍କ ପକ୍ଷରୁ ମଧ୍ୟ କିଛି ଆହତ ହୋଇଥିବା ସୂଚନା ମିଳିଛି।

Advertisment

[caption id="attachment_657927" align="alignnone" width="740"]publive-image ଆହତ ଯବାନ।[/caption]

କନ୍ଧମାଳ ଗୋଚ୍ଛାପଡ଼ା ଥାନା ଉମା ଜଙ୍ଗଲରେ କମ୍ବିଂ ଅପରେସନରେ ଯାଇଥିବା ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ ଲାଲସେନା। ଆଉ ଜବାବୀ କାର୍ଯ୍ୟାନୁଷ୍ଠାନ ବେଳେ ଗୁଳିବାଜି ଗୁରୁତର ଆହତ ହୋଇଥିଲେ ଏସ୍ଓଜିର ଏ ଦୁଇ କମାଣ୍ଡୋ।  ସିଆରପିଏଫ ଯବାବନ୍ ମାନେ ତୁରନ୍ତ ଉଭୟଙ୍କୁ ସୀମାରେ ଥିବା ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ।  ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା।  ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକପ୍ଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା।  ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।

Advertisment

ଆହତ ଏସ୍ଓଜି ଯବାନଙ୍କ ଭିତରୁ ଜଣଙ୍କ ଛାତିରେ ଗୁଳି ବାଜିଥିଲା ବେଳେ ଅନ୍ୟ ଜଣଙ୍କ ହାତରେ ଗୁଳିବାଜିଛି । ଦୁଇ ଜଣଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯିବା ପରେ ଏକ ସ୍ୱତନ୍ତ୍ର ଟିମ୍ ସହାୟତାରେ ଉଭୟଙ୍କ ଚିକିତ୍ସା ଚାଲିଛି।

ଅପରେସନରେ ମାଓବାଦୀଙ୍କ ପକ୍ଷରୁ ମଧ୍ୟ କିଛି ଆହତ ହୋଇଥିବା ପୁଲିସ କହିଛି। ତେବେ ଗତ ମାସ ୨୨ ତାରିଖରେ ଗୋଛାପଡ଼ା ଥାନାଞ୍ଚଳର କୁମ୍ଭହାରୁ  ଗାଁରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ବ୍ୟବହୃତ ସାମଗ୍ରୀ ମିଳିଥିଲା । ଆଉ ଏବେ ପୁଣି ଉମା ଜଙ୍ଗଲରେ ମାଓ ଗତିବିଧି ପରେ ଆକ୍ଟିଭ ମୋଡ୍‌ରେ ପୁଲିସ।  ଆଇଜି ଅପରେସନଙ୍କ ସୂଚନା ଅନୁଯାୟୀ, ସଂପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ କେକେବିଏନ୍ ଓ ବିବିଏନ୍ ଡିଭିଜନ୍ ସକ୍ରିୟ ଥିବାରୁ ଆଗକୁ ଅପରେସନକୁ ଆହୁରି ଜୋରଦାର କରାଯିବ।

Naxal Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe