ସାହସୀ ସସ୍ମିତାଙ୍କୁ ଭେଟିଲେ ବୈଜୟନ୍ତ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବ୍ରାହ୍ମଣମଣିଯୋରୀ ଗାଁର ସାହସୀ ଯୁବତୀ ସସ୍ମିତା ନାୟକଙ୍କୁ ଭେଟିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସସ୍ମିତା ଗତ ୨୯ ତାରିଖରେ ଗାଁ ପାଖ ଗୋବରୀ ନଦୀରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ।
ଆଜି ବୈଜୟନ୍ତ ଗାଁକୁ ଆସି ସସ୍ମିତାଙ୍କୁ ଭେଟି ତାଙ୍କ ସାହସିକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ସସ୍ମିତାଙ୍କ ସାହସିକତା ସମ୍ପର୍କରେ ସରକାରଙ୍କୁ ଲେଖି ଜଣାଇବେ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।