Advertisment

ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ବୈଜୟନ୍ତ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “୨୦୧୯ କି ୨୦୨୪ ପାଇଁ ନୁହେଁ, ଦୀର୍ଘସୂତ୍ରୀ ନିଷ୍ପତ୍ତି ନେବି। ଯାହା କିଛି ନିଷ୍ପତ୍ତି ନେବି ହାଲୁକାରେ ନେବିନି। ଖୁବଶୀଘ୍ର ନିଷ୍ପତ୍ତି ନେବି। ” ନିଜର ପରବର୍ତ୍ତୀ ରାଜନୀତିକ ଯୋଜନା ନେଇ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ସାଲେପୁର ଗସ୍ତ ସମୟରେ ଏହା କହିଛନ୍ତି। ମାହାଙ୍ଗାରେ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି- “ପାଣିଟାଙ୍କି ଉଦ୍‌ଘାଟନ ବେଳେ ମୋତେ ଆକ୍ରମଣ ହୋଇଥିଲା। ସେତେବେଳେ ମାହାଙ୍ଗାବାସୀଙ୍କ ଅକୁଣ୍ଠ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ନିଜ ରାଜନୈତିକ ଭବିଷ୍ୟତ ସଂପର୍କରେ ବୈଜୟନ୍ତ କହିଲେ ଏମିତି କଥା

BAIJAYANTPANDA-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “୨୦୧୯ କି ୨୦୨୪ ପାଇଁ ନୁହେଁ, ଦୀର୍ଘସୂତ୍ରୀ ନିଷ୍ପତ୍ତି ନେବି। ଯାହା କିଛି ନିଷ୍ପତ୍ତି ନେବି ହାଲୁକାରେ ନେବିନି। ଖୁବଶୀଘ୍ର ନିଷ୍ପତ୍ତି ନେବି। "

Advertisment

ନିଜର ପରବର୍ତ୍ତୀ ରାଜନୀତିକ ଯୋଜନା ନେଇ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ସାଲେପୁର ଗସ୍ତ ସମୟରେ ଏହା କହିଛନ୍ତି।

ମାହାଙ୍ଗାରେ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି- “ପାଣିଟାଙ୍କି ଉଦ୍‌ଘାଟନ ବେଳେ ମୋତେ ଆକ୍ରମଣ ହୋଇଥିଲା। ସେତେବେଳେ ମାହାଙ୍ଗାବାସୀଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା ପାଇଥିଲି। ମାହାଙ୍ଗା ପ୍ରତି ମୋର ସ୍ୱତନ୍ତ୍ର ଫିଲିଙ୍ଗ୍ସ ଅଛି।”

Advertisment

ଆଞ୍ଚଳିକ ଦଳ ଗଠନ କରିବା ପ୍ରସଙ୍ଗରେ ମଧ୍ୟ ଉତ୍ତର ରଖିଛନ୍ତି ପୂର୍ବତନ ସାଂସଦ ଶ୍ରୀ ପଣ୍ଡା।

ସେ କହିଛନ୍ତି- “ସବୁ ପ୍ରକାର ବିକଳ୍ପକୁ ନଜରରେ ରଖି ନିଷ୍ପତ୍ତି ନେବି।”