ଜୟନ୍ତ କୁମାର ପଣ୍ଡା କଟକ କ୍ଲବ ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନରେ ଅସିତ୍ କୁମାର ତ୍ରିପାଠୀ ଓ ତାଙ୍କ ଟିମକୁ ସଫଳତା ମିଳିଥିବାବେଳେ କଟକ ସହରର ପୁରାତନ ତଥା ପ୍ରତିଷ୍ଠିତ ‘କଟକ କ୍ଲବ’ର ସଭାପତି ଭାବେ ଜୟନ୍ତ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, କଟକ କ୍ଲବର ବିଭିନ୍ନ ପଦ ପାଇଁ ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୟନ୍ତ କୁମାର ପଣ୍ଡା ୫୮୮ଖଣ୍ଡ ଭୋଟ୍ ପାଇ ସଭାପତି ଭାବେ […]

cuttack

  • Published: Monday, 26 September 2022
  • , Updated: 27 September 2022, 03:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନରେ ଅସିତ୍ କୁମାର ତ୍ରିପାଠୀ ଓ ତାଙ୍କ ଟିମକୁ ସଫଳତା ମିଳିଥିବାବେଳେ କଟକ ସହରର ପୁରାତନ ତଥା ପ୍ରତିଷ୍ଠିତ ‘କଟକ କ୍ଲବ’ର ସଭାପତି ଭାବେ ଜୟନ୍ତ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, କଟକ କ୍ଲବର ବିଭିନ୍ନ ପଦ ପାଇଁ ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୟନ୍ତ କୁମାର ପଣ୍ଡା ୫୮୮ଖଣ୍ଡ ଭୋଟ୍ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସଂଯୁକ୍ତା ମହାପାତ୍ରଙ୍କୁ ୪୩୦ଖଣ୍ଡ ଭୋଟ୍ ମିଳିଛି । ସେହିପରି ଉପସଭାପତି ଭାବେ ୬୮୯ଖଣ୍ଡ ଭୋଟ ସହ ଜନ୍ମେଜୟ ମହାପାତ୍ର ବିଜୟୀ ହୋଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା  କରୁଥିବା କିଷ୍ଣ୍ରାପ୍ରତିମ୍ ବାସୁଙ୍କୁ ମାତ୍ର ୨୯୫ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସେହିପରି ସମ୍ପାଦକ ଭାବେ ଭାବେ ୪୪୪ଖଣ୍ଡ ଭୋଟ୍ ପାଇ ଯଶୋବନ୍ତ ଦାସ ବିଜୟୀ ହୋଇଛନ୍ତି । ଏହି ପଦ ପାଇଁ ଅନ୍ୟ ଦୁଇଜଣ ପ୍ରାର୍ଥୀ ସାତ୍ୟକୀ ଘୋଷ(୪୩୪ଖଣ୍ଡ) ଓ ତୃପ୍ତିରଞ୍ଜନ ଷଡ଼ଙ୍ଗୀଙ୍କୁ ୧୨୯ଖଣ୍ଡ ଭୋଟ୍ ମିଳିଥିଲା ।

ଯୁଗ୍ମ ସମ୍ପାଦକ ଭାବେ ସତ୍ୟମୋହନ ରଥ ଓ କୋଷାଧ୍ୟକ୍ଷ ଭାବେ ସତ୍ୟଶୋଭନ ନନ୍ଦ ବିଜୟୀ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୨୪ତାରିଖରେ ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ହୋଇଥିଲା । ଅସିତ୍ ତ୍ରିପାଠୀ ପୁନର୍ବାର ସଭାପତି ଭାବେ ବିଜୟୀ ହୋଇଥିବାବେଳେ ତାଙ୍କ ଟିମ୍ ସଦସ୍ୟମାନେ ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି ।

Related story