RanbirKaif
ଜୟପୁର: ଜୟପୁର ସହରର ଅଖା ବ୍ୟବସାୟୀ ଏଲ.ରାବାଣାଙ୍କ ହତ୍ୟା ମାମଲାରେ ଦୁଇ ଜଣ ନାବାଳକଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ମୋବାଇଲ ଜବତ ଜବତ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି। ଜୟପୁର ଏସଡିପିଓ ରାଜେନ୍ଦ୍ର କୁମାର ସେନାପତି ଟାଉନ ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ।
Advertisment
ଅଖା ବ୍ୟବସାୟୀ ଏଲ.ରାବଣାଙ୍କ ପରିବାର ଲୋକେ ଜଣେ ସଂପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶର ତୁନିକୁ ଚାଲିଯାଇଥିଲେ। ଆଉ ଏଲ.ରାବଣା ଏକା ଥିବା ଦେଖି ସେଠାରେ ଗୁମସ୍ତା ଭାବେ କାମ କରୁଥିବା ନାନା ଟଙ୍କ ଲୁଟ ଉଦ୍ଦେଶ୍ୟରେ ଏପରି ହତ୍ୟା କରିଥିବା ଏସଡିପିଓ କହିଛନ୍ତି। ଗତ ଏପ୍ରିଲ ୩୦ରେ ସେ ଉକ୍ତ ବାହାଘରରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଅପରାହ୍ନରେ ଗୋଦାମରେ ତାଙ୍କୁ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ସୁନା ଚେନ, ମୁଦି ଓ ପାଖାପାଖି ୭୦ରୁ ୮୦ହଜାର ଟଙ୍କ। ଲୁଟ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
