/odisha-reporter/media/post_attachments/uploads/2020/06/arrest-55000000000.jpg)
arrest
ପାଟଣାଗଡ଼(ବଂଶୀଧର ସେଠ୍): ଭିଜିଲାନ୍ସ ଜାଲରେ ପଡ଼ିଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନ୍ଏସି ଜେଇ ଦେବୀ ପ୍ରସାଦ ମିଶ୍ର। ଆଜି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।
Advertisment
ପାଟଣାଗଡ଼ ରାମପୁରର ଟଙ୍କଧର କୁମ୍ଭାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପାଇଥିଲେ। ହେଲେ ତାଙ୍କ ଘର ପାଇଁ ଫାଇନାଲ ବିଲ୍ କରିବାକୁ ସେ ଟଙ୍କଧରଙ୍କୁ ୩୦୦୦ ହଜାର ଟଙ୍କା ମାଗିଥିଲେ। ଏନେଇ ଟଙ୍କଧର ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ପୂର୍ବ ଯୋଜନା ଅନୁଯାୟୀ, ଆଜି ପ୍ରାୟ ଦିନ ୧୦ ଟା ବେଳେ ଟଙ୍କଧର ୩୦୦୦ ଟଙ୍କା ନେଇ ଜେଇଙ୍କୁ ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଜେଇଙ୍କୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
