କାଲିଠୁ JEE ଓ NEET ପରୀକ୍ଷା, ଓଡ଼ିଶାରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି JEE ମେନ୍  ଓ NEET ପରୀକ୍ଷା । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୬ ରାଜ୍ୟ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼ ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି । ଓଡ଼ିଶାରେ କିନ୍ତୁ ପରୀକ୍ଷା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୬ ହଜାର ପରୀକ୍ଷାର୍ଥୀଙ୍କ ଲାଗି ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର ସହ ୮ଟି ସ୍ଥାନରେ […]

neet_exam

neet_exam

Niharika Rout
  • Published: Monday, 31 August 2020
  • Updated: 31 August 2020, 08:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି JEE ମେନ୍  ଓ NEET ପରୀକ୍ଷା । ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୬ ରାଜ୍ୟ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ଼ ଓ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଛି ।

ଓଡ଼ିଶାରେ କିନ୍ତୁ ପରୀକ୍ଷା ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୬ ହଜାର ପରୀକ୍ଷାର୍ଥୀଙ୍କ ଲାଗି ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର ସହ ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଛି । ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ୍, ପୁଲିସ୍‌ ଟିମ୍, ସାନିଟାଇଜିଂ ବ୍ୟବସ୍ଥା କରାଯିବ ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା ହୋଇଛି ।

ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ରହିବା ଓ ଖାଇବା ଲାଗି  ଓଡ଼ିଶା ହୋଟେଲ ଓ ରେସ୍ତୋରା ସଂଘ ଅଧ୍ୟକ୍ଷଙ୍କ ସହ ପୁରୀ, ସମ୍ବଲପୁର ଓ ରାଉରକେଲା ହୋଟେଲ ସଂଘକୁ ଚିଠି ଲେଖିଛି ପର୍ଯ୍ୟଟନ ବିଭାଗ।  ଏହାସହ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ପର୍କିତ ସମସ୍ୟାର ମଧ୍ୟ ସମାଧାନ କରାଯିବ । କେନ୍ଦ୍ର ବାହାରେ ଭିଡ଼କୁ ଏଡ଼ାଇବା ପାଇଁ ମାଇକ୍ ଯୋଗେ ସଚେତନ କରାଯିବ ।

ଅନ୍ୟପକ୍ଷେ  ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂପୃକ୍ତ ପରୀକ୍ଷାର୍ଥୀମାନଙ୍କୁ କେନ୍ଦ୍ରକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରୁଛି ଜିଲ୍ଲା ପ୍ରଶାସନ । ସ୍ୱତନ୍ତ୍ର ବସ୍ ଜରିଆରେ ନୋଡାଲ୍ ଅଫିସରମାନଙ୍କ ତଦାରଖରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଇବାର ବ୍ୟବସ୍ଥା କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos