/odisha-reporter/media/post_attachments/uploads/2018/05/IIT-JEE.jpg)
IIT-JEE
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେଡ୍ ୟୁନିୟନର ଧର୍ମଘଟ ସତ୍ତ୍ୱେ ଆଜି ଅନୁଷ୍ଠିତ ହୋଇଛି ଜେଇଇ ମେନ୍ ପରୀକ୍ଷା। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ପରୀକ୍ଷା ହୋଇଛି। ସାରା ଦେଶରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ମଙ୍ଗଳବାର ପ୍ରଥମ ଦିନରେ ବିଆର୍କ ଓ ବି.ପ୍ଲାନିଂ ପାଇଁ ପରୀକ୍ଷା ହୋଇଥିଲା। ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଦିନ ୨.୩୦ରୁ ୫. ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହୋଇଥିଲା।
Advertisment
ବୁଧବାରଠୁ ୧୨ ତାରିଖ ପର୍ଯ୍ୟନ୍ତ ବି.ଟେକ୍ ପାଇଁ ପରୀକ୍ଷା ହେବ। ପ୍ରଥମଥର ପାଇଁ ନାସନାଲ ଟେଷ୍ଟିଙ୍ଗ ଏଜେନ୍ସି ପରୀକ୍ଷା ପରିଚାଳନା କରୁଛି। ଟ୍ରେଡ୍ ୟୁନିୟନର ହରତାଳ ଯୋଗୁ ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
