JEE ମେନ୍ ରେଜଲ୍ଟ;ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି  (NTA) ଦ୍ୱାରା ଶୁକ୍ରବାର ରାତିରେ  ପ୍ରକାଶ ପାଇଥିବା JEE ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ତମ ସ୍ଥାନ  ହାସଲ କରିଛନ୍ତି। ସୂଚନାଯୋଗ୍ୟ,  ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ଅଛନ୍ତି । ସେମାନଙ୍କ ବ୍ୟତୀତ ଦିଲ୍ଲୀର ୫ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ […]

result

result

Niharika Rout
  • Published: Saturday, 12 September 2020
  • Updated: 12 September 2020, 08:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି  (NTA) ଦ୍ୱାରା ଶୁକ୍ରବାର ରାତିରେ  ପ୍ରକାଶ ପାଇଥିବା JEE ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ତମ ସ୍ଥାନ  ହାସଲ କରିଛନ୍ତି।

ସୂଚନାଯୋଗ୍ୟ,  ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ଅଛନ୍ତି । ସେମାନଙ୍କ ବ୍ୟତୀତ ଦିଲ୍ଲୀର ୫ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଏବଂ ଗୁଜରାଟ୍ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ମଧ୍ୟ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ।  ଏହି ପରୀକ୍ଷାର୍ଥୀମାନେ ପେପର୍-୧ରେ ଶତ ପ୍ରତିଶତ ସ୍କୋର୍ କରିଛନ୍ତି।

।ସବୁଠାରୁ ବଡ଼କଥା ହେଲା ପରୀକ୍ଷା ସରିବାର ମାତ୍ର ୪ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଟପ୍ପର ଓ ଉତ୍ତିର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ  । ସେପ୍ଚେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା  ।

ସୂଚନାଯୋଗ୍ୟ,  ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଉଦ୍ଦିଷ୍ଟ ଜେଇଇ-ମେନ୍ସ ଚଳିତବର୍ଷ କୋଭିଡ୍ ସଙ୍କଟ ଓ କଟକଣା ମଧ୍ୟରେ ଜାନୁୟାରୀ ଏବଂ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ତେବେ ଜେଇଇ-ମେନ୍ସ ପେପର୍-୧ ଏବଂ ପେପର୍-୨ ଫଳାଫଳ ଅନୁଯାୟୀ ୨.୪୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେପ୍ଟେମ୍ୱର ୨୭ରେ ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ ବୋଲି ଏନଟିଏ ପୂର୍ବରୁ ଘୋଷଣା କରିସାରିଛି ।

ପ୍ରକାଶଯୋଗ୍ୟ, ଦେଶରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦୁଇ ଦୁଇଥର ପରୀକ୍ଷା ସ୍ଥଗିତ କରାଯାଇଥିଲା । ପରେ ଅନେକ ବିରୋଧ ଭିତରେ ଏନଟିଏ ସେପ୍ଟେମ୍ୱରରେ ଜେଇଇ-ମେନ୍ସ ଆୟୋଜିତ କରିଥିଲା । ଏହା ଏକ କମ୍ପ୍ୟୁଟର ବେସଡ୍ ପରୀକ୍ଷା ହୋଇଥିବାବେଳେ ଏଥର ୮ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos