Advertisment

ଜେଲ୍‌ରେ ରାତିରେ ଖାଇବାକୁ ମନା କଲେ ଜେସି

ସୋର: ଆତ୍ମହତ୍ୟା ପାଇଁ ରାଜା ପଟ୍ଟନାୟକଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଓରଫ ଜେସିଙ୍କ ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ସୋର ଜେଲ୍‌କୁ ପଠାଇ ଦିଆଯାଇଛି। ସୋର ଜେଲ୍‌ର ମହିଳା ବ୍ଲକ୍‌ର ୯ ନମ୍ବର ସେଲ୍‌ରେ ଜେସିଙ୍କୁ ରଖାଯାଇଛି। ଜେସିଙ୍କ ସହିତ ସେହି ସେଲ୍‌ରେ ଅଛନ୍ତି ଆଉ ୪ ଜଣ ବନ୍ଦୀ। ଆଜି ରାତିରେ ଜେସିଙ୍କୁ ଖାଇବା ପାଇଁ ରୁଟି ଓ ସନ୍ତୁଳା ଦିଆଯାଇଥିଲା। କିନ୍ତୁ ସେ ଖାଇବାକୁ ମନା […]

ଅଦ୍ୟତନ ହୋଇଛି
ଜେଲ୍‌ରେ ରାତିରେ ଖାଇବାକୁ ମନା କଲେ ଜେସି

jesi1

Advertisment

ସୋର: ଆତ୍ମହତ୍ୟା ପାଇଁ ରାଜା ପଟ୍ଟନାୟକଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଓରଫ ଜେସିଙ୍କ ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ସୋର ଜେଲ୍‌କୁ ପଠାଇ ଦିଆଯାଇଛି। ସୋର ଜେଲ୍‌ର ମହିଳା ବ୍ଲକ୍‌ର ୯ ନମ୍ବର ସେଲ୍‌ରେ ଜେସିଙ୍କୁ ରଖାଯାଇଛି। ଜେସିଙ୍କ ସହିତ ସେହି ସେଲ୍‌ରେ ଅଛନ୍ତି ଆଉ ୪ ଜଣ ବନ୍ଦୀ। ଆଜି ରାତିରେ ଜେସିଙ୍କୁ ଖାଇବା ପାଇଁ ରୁଟି ଓ ସନ୍ତୁଳା ଦିଆଯାଇଥିଲା। କିନ୍ତୁ ସେ ଖାଇବାକୁ ମନା କରି ଦେଇଥିଲେ। ସେ ମନସ୍ତାପରେ ବସି ରହି ଥିବା ବେଳେ ସେଲ୍‌ରେ ଥିବା ଅନ୍ୟ ବନ୍ଦୀମାନେ ତାଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ।

Advertisment

ଆଜି ସନ୍ଧ୍ୟାରେ ଜେସିଙ୍କୁ ଗିରଫ କରାଯିବା ପରେ ସୋର କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହୋଇଯିବା ପରେ ତାଙ୍କୁ ସୋର ଜେଲ୍‌କୁ ପଠାଇ ଦିଆଯାଇଛି। କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe