Advertisment

ସୁନା ଦୋକାନୀଙ୍କ ମୁଣ୍ଡକୁ ଗୁଳିମାଡ଼

ରାଉରକେଲା(ଓଡ଼ିଶା ରିପୋର୍ଟର): ଘରକୁ ଫେରୁଥିବା ବେଳେ ରାଉରକେଲାର ସରକାରୀ ଡାକ୍ତରଖାନା ନିକଟରେ ଥିବା ଫ୍ଲାଏଓଭରରେ ଜଣେ ସୁନା ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ସିଧା ତାଙ୍କ ମୁଣ୍ଡରେ ମାଡ଼ ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ର ଶିକାର ହୋଇଥିବା ସୁନା ଦୋକାନୀଙ୍କ ନାଁ ସରୋଜ। ସେ ଏସଆଇଟି ଛକରେ ଦୋକାନ କରିଥିଲେ। ଆଜି ରାତି ପ୍ରାୟ ୯ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ […]

ଅଦ୍ୟତନ ହୋଇଛି
ସୁନା ଦୋକାନୀଙ୍କ ମୁଣ୍ଡକୁ ଗୁଳିମାଡ଼

rd

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ଘରକୁ ଫେରୁଥିବା ବେଳେ ରାଉରକେଲାର ସରକାରୀ ଡାକ୍ତରଖାନା ନିକଟରେ ଥିବା ଫ୍ଲାଏଓଭରରେ ଜଣେ ସୁନା ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳି ସିଧା ତାଙ୍କ ମୁଣ୍ଡରେ ମାଡ଼ ହୋଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗୁଳିମାଡ଼ର ଶିକାର ହୋଇଥିବା ସୁନା ଦୋକାନୀଙ୍କ ନାଁ ସରୋଜ। ସେ ଏସଆଇଟି ଛକରେ ଦୋକାନ କରିଥିଲେ। ଆଜି ରାତି ପ୍ରାୟ ୯ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଆରଜିଏଚ୍‌ ଫ୍ଲାଏଓଭର ଉପରେ ଗୁଳି କରି ଲୁଟ କରିଛନ୍ତି। ଘଟଣା ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରଘୁନାଥପାଲି ପୁଲିସ୍‌ ଘଟଣା ସ୍ଥଳରର ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଫେରାର ଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେବଳ ଲୁଟ ନା ଅନ୍ୟ କୌଣସି କାରଣ ପାଇଁ ଏହି ଫାୟାରିଂ ହୋଇଛି, ତା’ର ଖୋଳତାଡ଼ ପୁଲିସ୍‌ ଆରମ୍ଭ କରିଛି।

Advertisment

ତେବେ ରିପୋର୍ଟ ଲେଖା ହେବା ବେଳେ ଘଟଣା ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe