Advertisment

ଏସ୍‌ବିଆଇ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ!

ବରଗଡ଼ (ଦୀପକ ଶର୍ମା): ଘର ଅପେକ୍ଷା ବ୍ୟାଙ୍କ ଲକରରେ ଅଳଙ୍କାର ରଖିବା ସୁରକ୍ଷିତ ବୋଲି ମନରେ ଭାବନା ଥିଲା। ହେଲେ ଆଜି ସେଠାରୁ ମଧ୍ୟ ସୁନା ଅଳଙ୍କାର ଗାଏବ ହୋଇଯାଉଛି। ଆଜି ଏପରି ବରଗଡ଼ ଜିଲ୍ଲାରୁ ଆସିଛି। ଏଠାରେ ଏସ୍‌ବିଆଇ ବ୍ୟାଙ୍କ ଲକରରୁ ୩୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ମେନ୍‌ ବ୍ରାଞ୍ଚରେ ଟାଉନ୍‌ର ୩ ନମ୍ୱର ୱାର୍ଡର ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଏସ୍‌ବିଆଇ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ!

sbi

ବରଗଡ଼ (ଦୀପକ ଶର୍ମା): ଘର ଅପେକ୍ଷା ବ୍ୟାଙ୍କ ଲକରରେ ଅଳଙ୍କାର ରଖିବା ସୁରକ୍ଷିତ ବୋଲି ମନରେ ଭାବନା ଥିଲା। ହେଲେ ଆଜି ସେଠାରୁ ମଧ୍ୟ ସୁନା ଅଳଙ୍କାର ଗାଏବ ହୋଇଯାଉଛି। ଆଜି ଏପରି ବରଗଡ଼ ଜିଲ୍ଲାରୁ ଆସିଛି। ଏଠାରେ ଏସ୍‌ବିଆଇ ବ୍ୟାଙ୍କ ଲକରରୁ ୩୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ମେନ୍‌ ବ୍ରାଞ୍ଚରେ ଟାଉନ୍‌ର ୩ ନମ୍ୱର ୱାର୍ଡର ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ ଓ ତାଙ୍କ ମାଆ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କର ଜଏଣ୍ଟ ଆକାଉଣ୍ଟ ରହିଛି। ଯାହାର ନମ୍ୱର ହେଉଛି ୧୧୦୪୭୨୭୧୧୯୧୩। ଏହି ଆକାଉଣ୍ଟର ଲକର ନମ୍ୱର ହେଉଛି ୨୮୨। ଏଥିରେ ସେ ନିଜର ସମସ୍ତ ସୁନା ଓ ରୁପା ଗହଣା ରଖିଥିଲେ। ଏଥିପାଇଁ ଲକର ଚାର୍ଜ ମଧ୍ୟ ବ୍ୟାଙ୍କକୁ ଦେଉଥିଲେ। ଲକରରେ ଥିବା ଅଳଙ୍କାର ଆନୁମାନିକ ମୂଲ୍ୟ ୩୩ ଲକ୍ଷରୁ ଅଧିକ ଟଙ୍କା ହେବ। ୨୦୧୬ ଜୁନ ମାସରେ ଶେଷ ଥର ପାଇଁ ସେ ଲକର ଅପରେଟ୍‌ କରିଥିଲେ। ସେହିଦିନଠାରୁ ସ୍ନିଗ୍ଧା କିମ୍ୱା ତାଙ୍କ ମାଆ ବ୍ୟାଙ୍କକୁ ଯାଇନାହାନ୍ତି।

ସ୍ନିଗ୍ଧା ବ୍ୟାଙ୍କ ଯାଇ ଲକର ଖୋଲିବା ପାଇଁ ଚାବି ମାଗିଥିଲେ। ଲକର ଖୋଲିବା ପରେ ସେଥିରେ କିଛି ନଥିବା ଦେଖିବାକୁ ମିଳିଥିଲା। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଖରେ ସ୍ନିଗ୍ଧା ଅଭିଯୋଗ କରିଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଖାମ୍‌ଖିଆଲ ନୀତି ପାଇଁ ଅଳଙ୍କାର ଗାଏବ ହୋଇଥିବା ସ୍ନିଗ୍ଧା ଅଭିଯୋଗ କରିଛନ୍ତି। ଏନେଇ ସ୍ନିଗ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment