sbi
ବରଗଡ଼ (ଦୀପକ ଶର୍ମା): ଘର ଅପେକ୍ଷା ବ୍ୟାଙ୍କ ଲକରରେ ଅଳଙ୍କାର ରଖିବା ସୁରକ୍ଷିତ ବୋଲି ମନରେ ଭାବନା ଥିଲା। ହେଲେ ଆଜି ସେଠାରୁ ମଧ୍ୟ ସୁନା ଅଳଙ୍କାର ଗାଏବ ହୋଇଯାଉଛି। ଆଜି ଏପରି ବରଗଡ଼ ଜିଲ୍ଲାରୁ ଆସିଛି। ଏଠାରେ ଏସ୍ବିଆଇ ବ୍ୟାଙ୍କ ଲକରରୁ ୩୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ ହୋଇଥିବା ଅଭିଯୋଗ ହୋଇଛି।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବରଗଡ଼ ମେନ୍ ବ୍ରାଞ୍ଚରେ ଟାଉନ୍ର ୩ ନମ୍ୱର ୱାର୍ଡର ମହାନ୍ତିପଡ଼ାର ସ୍ନିଗ୍ଧା ତ୍ରିପାଠୀ ଓ ତାଙ୍କ ମାଆ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କର ଜଏଣ୍ଟ ଆକାଉଣ୍ଟ ରହିଛି। ଯାହାର ନମ୍ୱର ହେଉଛି ୧୧୦୪୭୨୭୧୧୯୧୩। ଏହି ଆକାଉଣ୍ଟର ଲକର ନମ୍ୱର ହେଉଛି ୨୮୨। ଏଥିରେ ସେ ନିଜର ସମସ୍ତ ସୁନା ଓ ରୁପା ଗହଣା ରଖିଥିଲେ। ଏଥିପାଇଁ ଲକର ଚାର୍ଜ ମଧ୍ୟ ବ୍ୟାଙ୍କକୁ ଦେଉଥିଲେ। ଲକରରେ ଥିବା ଅଳଙ୍କାର ଆନୁମାନିକ ମୂଲ୍ୟ ୩୩ ଲକ୍ଷରୁ ଅଧିକ ଟଙ୍କା ହେବ। ୨୦୧୬ ଜୁନ ମାସରେ ଶେଷ ଥର ପାଇଁ ସେ ଲକର ଅପରେଟ୍ କରିଥିଲେ। ସେହିଦିନଠାରୁ ସ୍ନିଗ୍ଧା କିମ୍ୱା ତାଙ୍କ ମାଆ ବ୍ୟାଙ୍କକୁ ଯାଇନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/sbi.jpg)