Advertisment

ଶଟ୍‌ଡାଉନ୍‌ ଆଣିଥିଲା ଜୁଆଡ଼ି ପାଇଁ ପୁଷ ମାସ!

ଜୟପୁର (ଟି. ଗୌରୀଶଙ୍କର): ମହାମରୀ କରୋନାର ଉପରମୁହାଁ ଗ୍ରାଫ୍‌କୁ ଦେଖି ରାଜ୍ୟ ସରକାର ସହାଞ୍ଚଳରେ ସପ୍ତାହନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ କୁହାଯାଇଥିଲା। ସରକାରଙ୍କ ଏହି ନିର୍ଦ୍ଦେଶ ଯେପରି ଜୁଆଡିଙ୍କ ପାଇଁ ପୁଷ ମାସ ଲାଣିଲା ଭଳି ଲାଗୁଛି। କାରଣ ଘରେ ରହିବା ପରିବର୍ତ୍ତେ ଶଟ୍‌ଡାଉନ୍‌ ବେଳେ ଜୁଆ ଖେଳୁଥିଲେ ଜୁଆଡି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ ଆସିଛି। ପୁଲିସ ଏହି ମାମଲାରେ ୨୨ ଜଣଙ୍କୁ ଗିରଫ କରି […]

ଅଦ୍ୟତନ ହୋଇଛି
ଶଟ୍‌ଡାଉନ୍‌ ଆଣିଥିଲା ଜୁଆଡ଼ି ପାଇଁ ପୁଷ ମାସ!

koraput

Advertisment

ଜୟପୁର (ଟି. ଗୌରୀଶଙ୍କର): ମହାମରୀ କରୋନାର ଉପରମୁହାଁ ଗ୍ରାଫ୍‌କୁ ଦେଖି ରାଜ୍ୟ ସରକାର ସହାଞ୍ଚଳରେ ସପ୍ତାହନ୍ତ ଶଟ୍‌ଡାଉନ୍‌ ଘୋଷଣା କରିଥିଲେ। ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ କୁହାଯାଇଥିଲା। ସରକାରଙ୍କ ଏହି ନିର୍ଦ୍ଦେଶ ଯେପରି ଜୁଆଡିଙ୍କ ପାଇଁ ପୁଷ ମାସ ଲାଣିଲା ଭଳି ଲାଗୁଛି। କାରଣ ଘରେ ରହିବା ପରିବର୍ତ୍ତେ ଶଟ୍‌ଡାଉନ୍‌ ବେଳେ ଜୁଆ ଖେଳୁଥିଲେ ଜୁଆଡି। ଏପରି ଅଭିଯୋଗ ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲାରୁ ଆସିଛି। ପୁଲିସ ଏହି ମାମଲାରେ ୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଶଟ୍‌ଡାଉନ୍‌ ସମୟରେ ଜୟପୁର ସଦର ଥାନା ଅନ୍ତର୍ଗତ ପଦ୍ମପୁର ଜଙ୍ଗଲରେ ୫୦ରୁ ଅଧିକ ଯୁବକ ଜୁଆ ଖେଳୁଥିଲେ। କୌଣସି ସୂତ୍ରରୁ ଖବର ପାଇଁ ସଦର ଥାନା ପୁଲିସ୍‌ ଅଚାନକ ଚଢ଼ଉ କରି ୨୨ ଜୁଆଡ଼ିଙ୍କୁ ଗିରଫ କରିଥିଲା। ଅନ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ସେମାନଙ୍କଠାରୁ  ୭୦ ହଜାର ଟଙ୍କା, ୧୨ଟି ବିଭିନ୍ନ ମୋଟର ସାଇକେଲ ଓ ମୋବାଇଲ ଜବତ କରିଛି। ଗିରଫ ପରେ ଅଭିଯୁକ୍ତମାନଙ୍କ କରୋନା ଟେଷ୍ଟ ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା।

COVID Guideline Weekend Shutdown
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe