ଗଞ୍ଜାମ (ଓଡ଼ିଶା ରିପୋର୍ଟର): ପୋଲସରା ଏନଏସିରେ ଝାଡ଼ାବାନ୍ତି ଆତଙ୍କ। ଦୀପାବଳିଠାରୁ ୩ ଦିନ ମଧ୍ୟରେ ଏନଏସିର ସମସ୍ତ ଓ୍ୱାର୍ଡରେ ଏହା ବ୍ୟାପି ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି।
Advertisment
ଅଶୁଦ୍ଧ ପାନୀୟଜଳ ଏହାର କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏନ୍ଏସିକୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ପାଣିକୁ ଆଉ ଥରେ ଟେଷ୍ଟ କରାଯିବା ପରେ ଜଳ ଯୋଗାଣ କରାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
