Advertisment

ସେଦିନ ଏହି ପାର୍କକୁ ଆସିଥିଲେ ଝରାଫୁଲ !

କରଞ୍ଜିଆ/ଯାଜପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହରକୁ ଆସି ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖୁ ଦେଖୁ ଝଡ଼ିଯାଇଥିବା ଝରାଫୁଲ ମୃତ୍ୟୁ ସସ୍ପେନ୍ସକୁ ପୁରିଲା ସପ୍ତାହେ । ସନ୍ଦେହ କରାଯାଉଛି ଏହା ଏକ ସୁପରିକଳ୍ପିତ ହତ୍ୟା। ଅଥଚ ଏଯାଏଁ ସାମ୍ନାକୁ ନା ଆସିପାରିଛି ଠୋସ୍ ସୁରାକ୍ ନା ହତ୍ୟାପଛର କାରଣା । କେବଳ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଧରି ଖୋଳତାଡ଼ ଜାରି ରଖିଛି ଯାଜପୁର ପୁଲିସ। ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ନେଇ ଗତକାଲି ରାକେଶକୁ ଜେରା କରିଥିଲା ପୁଲିସ। ରିମାଣ୍ଡର ଦ୍ୱିତୀୟ […]

ଅଦ୍ୟତନ ହୋଇଛି
ସେଦିନ ଏହି ପାର୍କକୁ ଆସିଥିଲେ ଝରାଫୁଲ !

jharaphula1

Advertisment

କରଞ୍ଜିଆ/ଯାଜପୁର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହରକୁ ଆସି ସୁନେଲୀ ଭବିଷ୍ୟତର ସ୍ୱପ୍ନ ଦେଖୁ ଦେଖୁ ଝଡ଼ିଯାଇଥିବା ଝରାଫୁଲ ମୃତ୍ୟୁ ସସ୍ପେନ୍ସକୁ ପୁରିଲା ସପ୍ତାହେ । ସନ୍ଦେହ କରାଯାଉଛି ଏହା ଏକ ସୁପରିକଳ୍ପିତ ହତ୍ୟା। ଅଥଚ ଏଯାଏଁ ସାମ୍ନାକୁ ନା ଆସିପାରିଛି ଠୋସ୍ ସୁରାକ୍ ନା ହତ୍ୟାପଛର କାରଣା । କେବଳ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଧରି ଖୋଳତାଡ଼ ଜାରି ରଖିଛି ଯାଜପୁର ପୁଲିସ। ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ନେଇ ଗତକାଲି ରାକେଶକୁ ଜେରା କରିଥିଲା ପୁଲିସ।

Advertisment

ରିମାଣ୍ଡର ଦ୍ୱିତୀୟ ଦିନରେ ଆଜି ରାକେଶକୁ ଯାଜପୁରରୁ ସିଧାସଳଖ ଆଣିଥିଲା ଭୁବନେଶ୍ୱର । ଆଉ ଧର୍ମବିହାର ଗେଷ୍ଟହାଉସକୁ ନେଇ କରିଥିଲା ସିନ୍ ରିକ୍ରିଏସନ୍ । ଯେଉଁ ଗେଷ୍ଟ ହାଉସରେ ରାକେଶ ସହ ରାତିରେ ରୁମ୍ ନମ୍ବର 201ରେ ରହିଥିଲେ ଝରାଫୁଲ । ସେଦିନ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ରେସ୍ତୋରାଁକୁ ଯାଇଥିଲେ ବିରିୟାନି ଖାଇବାକୁା ଏପରିକି ମଧୁସୂଦନ ପାର୍କ ବି ଯାଇଥିଲେ ଉଭୟେ । ଆଜି ରାକେଶକୁ ଏସବୁ ସ୍ଥାନକୁ ନେଇ ତମାମ ଘଟଣାର ସିନ୍ ରିକ୍ରିଏସନ୍ କରିଛି ଯାଜପୁର ପୁଲିସ।  ଅଥଚ ଝରାଫୁଲଙ୍କୁ କେମିତି ହେଲା ହତ୍ୟା? ହତ୍ୟା ପଛର ଅସଲ କାରଣ କଣ? ସେସମ୍ପର୍କରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ ଯାଜପୁର ପୁଲିସ।

ଝରାଫୁଲ ମୃତ୍ୟୁ ମାମଲାରେ କୁଆଖିଆ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଜାରି ରଖିଛି ଖୋଳତାଡ଼ । ମୃତଦେହ ମିଳିଥିବା ଅଞ୍ଚଳର ସିସିଟିଭି ଫୁଟେଜ୍ ସହ ଗେଷ୍ଟହାଉସ, ରେସ୍ତୋଁରା ଏବଂ ଆଉ କିଛି ସ୍ଥାନର ସିସିଟିଭି ଫୁଟେଜକୁ ଧରି ପ୍ରମାଣ ଯୋଗାଡ଼ କରୁଛି ପୁଲିସ।  ଗତକାଲି ଗେଷ୍ଟହାଉସର ୩ ଜଣ କର୍ମଚାରୀଙ୍କୁ ଯାଜପୁର ପୁଲିସ ପଚରାଉଚରା କରି ଛାଡ଼ିଥିଲା। ଅଧିକ ତଥ୍ୟ ପାଇଁ ଝରାଫୁଲଙ୍କ ବାପାଙ୍କୁ ବି ଡକାଇଥିଲା ପୁଲିସ । ହେଲେ ରାକେଶ ସହ ମୃତଦେହ ନେଇ ସ୍କୁଟିରେ ଯାଇଥିବା ସହଯୋଗୀ ଗଲା କୁଆଡ଼େ? କଣ ରହିଛି ତାର ସଂପୃକ୍ତି ? ତାକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ଝରାଫୁଲଙ୍କୁ ଝୁରୁଛି ମୟୁରଭଞ୍ଜର ବୃନ୍ଦାଦେଇପଶି ଗାଁ । ବୟଫ୍ରେଣ୍ଡ ରାକେଶର ରିମାଣ୍ଡ ଆସନ୍ତାକାଲି ସରୁଛି । ଏହାପରେ ପୁଲିସ କଣ ଖୁଲାସା କରୁଛି ତାକୁ ସମସ୍ତଙ୍କ ଅପେକ୍ଷା।

Advertisment
Jharaphula Murder Case Jharaphula Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe