Advertisment

ଝରାଫୁଲ ମୃତ୍ୟୁ ରହସ୍ୟ, ଭୁବନେଶ୍ୱରରେ ରାକେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖିଅ ଖୋଜିବା ପାଇଁ ଭୁବନେଶ୍ୱରରେ ଯାଜପୁର ପୁଲିସ। ସାଥୀରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ମଧ୍ୟ ଆଣିଛି। ଅଧିକ ଖୋଳତାଡ଼ ପାଇଁ ରାକେଶକୁ ଧରି ଧର୍ମବିହାର ଗେଷ୍ଟହାଉସରେ ପୁଲିସ ତନାଘନା କରୁଛି। ଯାଜପୁର SDPOଙ୍କ ସମେତ ଗେଷ୍ଟହାଉସରେ ପୁଲିସର ଖୋଳତାଡ଼ ଆରମ୍ଭ କରିଛି। ରାକେଶକୁ ଧରି କ୍ରାଇମ ସିନ ରିକ୍ରିଏସନ କଲା ଯାଜପୁର ପୁଲିସ। କାରଣ ଏହିଠାରେ ଝରଫୁଲ ରାତ୍ର […]

ଅଦ୍ୟତନ ହୋଇଛି
ଝରାଫୁଲ ମୃତ୍ୟୁ ମାମଲା; ସ୍କୁଟର ପରେ ମିଳିଲା ଏହି ସବୁ ଜିନିଷ

jharaphula

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖିଅ ଖୋଜିବା ପାଇଁ ଭୁବନେଶ୍ୱରରେ ଯାଜପୁର ପୁଲିସ। ସାଥୀରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ମଧ୍ୟ ଆଣିଛି। ଅଧିକ ଖୋଳତାଡ଼ ପାଇଁ ରାକେଶକୁ ଧରି ଧର୍ମବିହାର ଗେଷ୍ଟହାଉସରେ ପୁଲିସ ତନାଘନା କରୁଛି। ଯାଜପୁର SDPOଙ୍କ ସମେତ ଗେଷ୍ଟହାଉସରେ ପୁଲିସର ଖୋଳତାଡ଼ ଆରମ୍ଭ କରିଛି। ରାକେଶକୁ ଧରି କ୍ରାଇମ ସିନ ରିକ୍ରିଏସନ କଲା ଯାଜପୁର ପୁଲିସ। କାରଣ ଏହିଠାରେ ଝରଫୁଲ ରାତ୍ର ଜାପନ କରିଥିଲେ।

Advertisment

ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଏମିତିକି  ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ। ରାକେଶ, ସୋନାଲୀ ନାଁରେ ମୋବାଇଲ୍‌ରେ ଚାଟିଂ କରିଥିଲେ।

୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ଚାଲି ଚାଲି ରୂପିଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିଆନି ଖାଇଥିଲେ। ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଉଭୟ ରାତ୍ର ଯାପନ କରିଥିଲେ। କିନ୍ତୁ ରାତିରେ ଝରାଫୁଲ ଅସୁସ୍ଥ ହୋଇ ପଡ଼ିଥିବା ଆଲୋଚନା ହେଉଛି।

Advertisment

ଅଭିଯୋଗରୁ ପ୍ରକାଶ, ୨୭ ତାରିଖ ସକାଳେ ଝରାଫୁଲ ସଜ୍ଞା ହରାଇ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ ରାକେଶ ଭୟଭୀତ ହୋଇଯାଇଥିଲେ। ପରେ ରାକେଶ ତାଙ୍କ ସାଙ୍ଗ ଶେଖରକୁ ଫୋନ୍‌ କରି ଡାକିଥିଲେ। ଏହା ପରେ ଶେଖର ଓ ରାକେଶ ସ୍କୁଟିରେ ଝରାଫୁଲକୁ ବସାଇ କଟକ ମେଡିକାଲ୍‌ରେ ନେଉଥିଲେ। ହେଲେ ରାସ୍ତାରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି। ଏହା ପରେ ଉଭୟ ଝରଫୁଲଙ୍କ ମୃତଦେହକୁ ମୟୂରଭଞ୍ଜ ଜିଲ୍ଲାରେ ଫିଙ୍ଗି ଦେବା ପାଇଁ ଯୋଜନା କରିଥିଲେ। ହେଲେ ଜାତୀୟ ରାଜପଥରେ ଝରାଫୁଲଙ୍କ ପାଦ ରାସ୍ତାରେ ଘୁଷୁରୁଥିବା ଦେଖି କେତେକ ଲୋକ ସେମାନଙ୍କୁ କହିଥିଲେ। ଏହା ପରେ ଶେଖର ଓ ରାକେଶ ମୃତଦେହକୁ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲା। ଯାହା ସିସିଟିଭିରେ କଏଦ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe