Advertisment

କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା। ପୂର୍ବରୁ ସରୋଜ ସାମଲ ଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ଥାନରେ ନରୱାଣେ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ଅଦ୍ୟତନ ହୋଇଛି
Jharsuguda collector

Jharsuguda collector

Advertisment

ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋନପୁର ADMଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ରାତିରେ ସେ କାର୍ଯ୍ୟର ଯୋଗ ଦେଇଛନ୍ତି।

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା। ପୂର୍ବରୁ ସରୋଜ ସାମଲଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ଥାନରେ ନରବାଣେ ନୂଆ ଜିଲ୍ଲାପାଳ ଭାବେନିଯୁକ୍ତି ପାଇଛନ୍ତି।

ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି। ମେ’ ୧୦ରେ ଭୋଟ୍ ପରେ ୧୩ ତାରିଖରେ ଗଣତି ହେବ। ଉପନିର୍ବାଚନର ଏହି ପୂରା ପ୍ରକ୍ରିୟା ମେ’ ୧୫ ତାରିଖରେ ଶେଷ ହେବ।

Advertisment
Jharsuguda Jharsuguda Bypoll Jharsuguda Collector
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe