Advertisment

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ

୧୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଯାଂଚ ପରେ ମୋଟ ୧୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିଲା । ତେବେ ଆଜି ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାକୁ ମୋଟ ୯ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି ।

author-image
Ordigital Desk
jharsuguda

jharsuguda

ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ମୋଟ୍ ୯ ଜଣ ପ୍ରାର୍ଥୀ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଆଜି ଶେଷଦିନରେ ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗରତିଆ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବା ପରେ ୯ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ୧୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଯାଂଚ ପରେ ମୋଟ ୧୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିଲା । ତେବେ ଆଜି ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାକୁ ମୋଟ ୯ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି ।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ ଜଲାନ, ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା  ଓ ମହେନ୍ଦ୍ର ଲୁହାଙ୍କ ନାମ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ରହିଛନ୍ତି ।

ଉପନିର୍ବାଚନ ପାଇଁ ମୋଟ ୧୪ଜଣ ପ୍ରାର୍ଥୀ ମୋଟ ୨୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଭିନ୍ନ କାରଣରୁ ୪ଜଣ ପ୍ରାର୍ଥୀ ଯଥା-ରୀନା ଦେଶାଇ(ଦେଶ ଦଳ), ଶ୍ରୀଦାମ ଶର୍ମା(ସ୍ୱାଧୀନ), ସନ୍ତୋଷ ମହାପାତ୍ର(ସ୍ୱାଧୀନ) ଓ ତୁଳାରାମ ଗୁରୁ(ନବଭାରତ ନିର୍ମାଣ ସେବା ପାର୍ଟି)ଙ୍କ ନାମାଙ୍କ ପତ୍ର ଖାରଜ ହୋଇଯାଇଥିଲା । ଆଜି ଶେଷଦିନରେ ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗରତିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଯୋଗୁ ଏହି ଆସନରେ ଉପନିର୍ବାଚନ ହେଉଛି । ମେ’ ୧୦ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ଏପ୍ରିଲ ୨୦ତାରିଖ ନାମାଙ୍କନ ପତ୍ର ଦାଖଲ ଓ ଏପ୍ରିଲ ୨୪ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା ।

Jharsuguda Jharsuguda Bypoll