/odisha-reporter/media/post_attachments/uploadimage/library/16_9/16_9_0/Amit_Barik_1677069969.jpg)
Amit Barik
ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଙ୍କ ମାଡ଼ରେ ଜଣେ ଅଧ୍ୟାପକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
Advertisment
ଆହତ ଅଧ୍ୟାପକଙ୍କ ନାଁ ଅମିତ ବାରିକ। ଗିରଫ ଛାତ୍ରଙ୍କ ନାଁ ଦୀନେଶ ସହିସ। ସେ ଯୁକ୍ତ ତିନିର ଦ୍ୱିତୀୟ ବର୍ଷର ଛାତ୍ର।
ଆଜି ସକାଳେ ଦୀନେଶ ବିଳମ୍ବରେ କଲେଜ ଆସିଥିଲେ। ତେଣୁ ଅଧ୍ୟାପକ ଅମିତ ବାରିକ ତାଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ। ଏହାକୁ ନେଇ ଅଧ୍ୟାପକ ଓ ଦୀନେଶଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତ୍କ୍ଷିପ୍ତ ହୋଇ ଦୀନେଶ ଅଧ୍ୟାପକ ଅମିତ ବାରିକଙ୍କୁ ଆକ୍ରମଣ କରିଥିଲେ।
Advertisment
ଆହତ ଅଧ୍ୟାପକଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
