ନବ ଦାସ ହତ୍ୟାକୁ ୬୦ଦିନ ପୁରିଲା: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଶୂନ୍ୟକାଳରେ ନବ ଦାସ ହତ୍ୟା ମାମଲା ଉଠାଇ କହିଥିଲେ ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟାକାଣ୍ଡକୁ ୬୦ଦିନ ଅର୍ଥାତ୍ ଦୁଇମାସ ପୁରିଲା ।

Naba das Murder PhotoOR

ନବ ଦାସଙ୍କୁ ହତ୍ୟା ବେଳର ଫଟୋରେ ଅଭିଯୁକ୍ତ ଗୋପାଳ

Ordigital Desk
  • Published: Wednesday, 29 March 2023
  • Updated: 29 March 2023, 10:39 PM IST

Sports

Latest News

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୬୦ଦିନ ବିତିବା ପରେ ମଧ୍ୟ ଏହି ହତ୍ୟା ପଛର ରହସ୍ୟକୁ ଉନ୍ମୋଚନ କରିବାରେ କ୍ରାଇମବ୍ରାଂଚ ସକ୍ଷମ ହୋଇପାରିନି । ତଦନ୍ତର ଦିଗକୁ ନେଇ ଆଜି ବିଧାନସଭାରେ ଉଭୟ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି ।  ବିଧାନସଭା ଅଧିବେଶନ ସରିଗଲେ ମାହାଙ୍ଗା ଡବଲ ମର୍ଡର ଓ ଅନ୍ୟ ଘଟଣା ଭଳି ସରକାର ଏହାକୁ ବି ଚପାଇ ଦେବେ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ । ତେବେ କଂଟାବାଡ଼ରେ ଲୁଗା ପକାଇ ବିରୋଧୀ ଦଳ ସଦସ୍ୟମାନେ କଳି କରୁଛନ୍ତି ଓ ଅଭ୍ୟାସଗତ ଭାବେ ଗପ ଶୁଣାଉଛନ୍ତି ବୋଲି ଶାସକ ଦଳ କହିଛି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଶୂନ୍ୟକାଳରେ ନବ ଦାସ ହତ୍ୟା ମାମଲା ଉଠାଇ କହିଥିଲେ ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟାକାଣ୍ଡକୁ ୬୦ଦିନ ଅର୍ଥାତ୍ ଦୁଇମାସ ପୁରିଲା । କିନ୍ତୁ ହତ୍ୟାକାଣ୍ଡର କାରଣ ସାମ୍ନାକୁ ଆସିଲା ନାହିଁ । ହତ୍ୟାକାଣ୍ଡ ପଛରେ କିଏ ଅଛି ତାହା ବି ଜଣାପଡ଼ିଲା ନାହିଁ । ଏଥିରୁ ଓଡ଼ିଶା ପୁଲିସର ପାରିବାପଣିଆ ଜଣାପଡ଼ିଯାଉଛି । ଏହା ଏକ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା । ଏଫବିଆଇକୁ କ’ଣ ପାଇଁ ଦିଆଯାଇଛି । ନବ ଦାସଙ୍କ ହତ୍ୟାକାଣ୍ଡ ଏକ ବିଶ୍ୱସ୍ତରୀୟ ହତ୍ୟା, ତେଣୁ ବିଶ୍ୱସ୍ତରୀୟ ସଂସ୍ଥାକୁ ଦିଆଗଲା କି ବୋଲି କଟାକ୍ଷ କରିଛନ୍ତି । ଓଡ଼ିଶା ପୁଲିସ ନୂଆ ନୂଆ କାହାଣୀ କହୁଛି । ତଦନ୍ତର ସମୟସୀମା ବି ନାହିଁ । ବାରମ୍ବାର ଗୃହରେ ଆଲୋଚନା ହେଉଛି । ଯଦି ନିର୍ଯ୍ୟାସ ବାହାରୁନି ତା’ହେଲେ ଏଇ ଗୃହର ଆବଶ୍ୟକତା କ’ଣ ଅଛି । ଯେଉଁମାନେ ଷଡ଼ଯନ୍ତ୍ର କରିଛନ୍ତି ସେମାନେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି । ହତ୍ୟାକାଣ୍ଡ ପଛରେ ବହୁତ ବଡ଼ ବଡ଼ ଲୋକଙ୍କ ହାତ ରହିଛି । ତେଣୁ ଓଡ଼ିଶା ସରକାର ଏହି ଘଟଣାର ତଦନ୍ତ କରାଇବାକୁ ଚାହୁଁନାହାନ୍ତି ।

Also Read

ଶ୍ରୀ ମିଶ୍ରଙ୍କ ବୟାନକୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ନବ ଦାସ ହତ୍ୟା ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ପାଗଳ ନୁହେଁ ବୋଲି ଡାକ୍ତରୀ ଟିମ୍ କହିସାରିଲେରି । କୋର୍ଟ ବି କହିସାରିଛନ୍ତି । କିନ୍ତୁ ଗୋପାଳକୁ ପାଗଳ ସଜେଇବା ପାଇଁ ସରକାର ପାଗଳ ହେଉଛନ୍ତି । ନବ ଦାସ ହତ୍ୟା ମାମଲାର ତଦନ୍ତରେ ଶିଥିଳତାକୁ ନେଇ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।

ସେହିପରି ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ବିରୋଧୀ କେବଳ ଅଭ୍ୟାସଗତ ଗପ ଶୁଣାଇବା ଭଳି କାହାଣୀ କହୁଛନ୍ତି । ବିରୋଧୀ ଦଳ ଏହି ହତ୍ୟା ପ୍ରସଙ୍ଗରେ ଗୃହରେ ମୋସନ, ମୁଲତବୀ ଓ ଗୃହ ବିଭାଗର ଖର୍ଚ୍ଚଦାବିବେଳେ ବିସ୍ତୃତ ଭାବେ ଆଲୋଚନା କରିସାରିଛନ୍ତି । ଅନ୍ୟ ଯେକୌଣସି ପ୍ରସଙ୍ଗରେ ଆଲୋଚନାବେଳେ ମଧ୍ୟ ଏହି ବିଷୟକୁ ଟାଣିଓଟାରି ଉଠାଉଛନ୍ତି । ବିରୋଧୀ ଦଳର ମାନସିକତା ରୁଗଣ ଓ ଦେବାଳିଆ ହୋଇପଡ଼ିଛି । ଯେଉଁଥିପାଇଁ ସେମାନେ ଗୃହରେ ଏହି ଗୋଟିଏ ପ୍ରସଙ୍ଗକୁ ଧରି ବସିଛନ୍ତି । ବିରୋଧୀ ଦଳର ପାଗଳାମୀ ଓ ବାଚାଳାମୀ ବାହାରିଛି । ତେଣୁ ସେମାନେ  ଅଭ୍ୟାସଗତ ଭାବେ ଗପ ଶୁଣାଇବାରେ ଲାଗିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।

ଆଜି ଶୂନ୍ୟକାଳରେ ନବ ଦାସ ହତ୍ୟା ଓ ଜାଲ ସାଟିଫିକେଟ୍ ପ୍ରସଙ୍ଗରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story