Missing Child
ଝାରସୁଗୁଡ଼ାରୁ ପୁଣି ଆଉ ଜଣେ ନାବାଳକ ନିଖୋଜା ହୋଇଯାଇଛନ୍ତି। ସମର୍ଥ ଅଗ୍ରୱାଲ୍ ଅପହରଣ ଓ ହତ୍ୟା ମାମଲାକୁ ଦିନ କେଇଁଟା ନ ବିତୁଣୁ ଆଉ ଏକ ଅଘଟଣ ଘଟିଛି। ଝାରସୁଗୁଡ଼ା ବୁରୋମାଲ ଅଞ୍ଚଳର ଜଣେ ନାବାଳକଙ୍କର ଗତ ୭ ତାରିଖରୁ ପତ୍ତା ମିଳୁନି। ଏନେଇ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛିା
ଗତ ୭ ତାରିଖରେ ନାବାଳକଙ୍କ ମାଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଘରେ ନାବାଳକ ତାଙ୍କ ଭାଇ ସହ ଥିଲେ। ପରେ ନାବାଳକ କୁଆଡ଼େ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛିା ପରିବାର ଲୋକେ ନାବାଳକଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇଥିଲେ। ଏନେଇ ଏନେଇ ୯ତାରିଖରେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ନାବାଳକଙ୍କୁ ଖୋଜାଖୋଜି କରୁଛି।
ସୂଚନାଯୋଗ୍ୟ, ପୂର୍ବରୁ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ବିଧାନସଭାରେ ଏନେଇ ବିରୋଧୀ ବିଧାନସଭାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏବେ ପୁଣି ଜଣେ ନାବାଳକ ନିଖୋଜ ହେବା ପରେ ଚର୍ଚ୍ଚା ଜୋର ଧରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us