Advertisment

୬ ମହଲା କୋଠାରୁ ପଡ଼ି ଦେଢ଼ବର୍ଷର ଶିଶୁପୁତ୍ର ମୃତ

ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି।

Baby

Baby

Advertisment

୬ ମହଲା କୋଠାରୁ ଖସିପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଶିଶୁଟିକୁ ଦେଢ଼ବର୍ଷ ହୋଇଥିଲା।

Advertisment

ଶିଶୁଟିର ପରିବାର ଭୂଷଣ କାରଖାନା କ୍ୱାର୍ଟର୍ସର ୬ମହଲାରେ ରହୁଥିଲେ। ଆଜି ସକାଳେ ଶିଶୁଟି ବାଲକୁନିରେ ଖେଳୁଥିଲା। ଅସାବଧାନ କାରଣରୁ ଶିଶୁଟିକୁ ୬ମହଲାରୁ ତଳକୁ ପଡ଼ି ଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି।

Advertisment
Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe