Advertisment

ଝାରସୁଗୁଡ଼ାରେ ବିଜେଡି ଆଗୁଆ, ପଛେଇ ଗଲେଣି ବିଜେପି ଓ କଂଗ୍ରେସ

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି।

author-image
Tapaswini Nayak
jharsuguda bypoll-

jharsuguda bypoll-

ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ସମୁଦାୟ ୧୮ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଶେଷ ହୋଇଛି ଚତୁର୍ଥ ରାଉଣ୍ଡ ଗଣନା। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେଡ଼ି ଓ ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ ।

Advertisment

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୦, ୧୭୮ ଖଣ୍ଡ ଭୋଟ୍‌ରେ ଆଗୁଆ ଥିବା ସୂଚନା ରହିଛି।  ବିଜେଡିକୁ ୨୩୬୧୫ ଭୋଟ ମିଳିଥିବା ବେଳେ ବିଜେପିକୁ  ୧୩୪୩୭ ଓ କଂଗ୍ରେସକୁ ୮୨୧ ଭୋଟ ମିଳିଛି।

୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।

Advertisment

ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।

Jharsuguda Jharsuguda Bypoll