Advertisment

ଝାରସୁଗୁଡ଼ା ଉପନିର୍ବାଚନ: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବିଜେଡିକୁ ୩୫୬୦୯ ଭୋଟ ମିଳିଥିବା ବେଳେ ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ୧୯୩୯ ଭୋଟ ମିଳିଛି।

ଅଦ୍ୟତନ ହୋଇଛି
jharsuguda-bypoll

jharsuguda-bypoll

Advertisment

ଝାରସୁଗୁଡ଼ା ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ସମୁଦାୟ ୧୮ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଶେଷ ହୋଇଛି ଷଷ୍ଠ ରାଉଣ୍ଡ ଗଣନା। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଆଗକୁ ଆଗକୁ ମାଡ଼ି ଚାଲିଛି ବିଜେଡ଼ି ଓ ପଛରେ ପଡ଼ି ଯାଇଛନ୍ତି ବିଜେପି ଓ କଂଗ୍ରେସ ।

Advertisment

ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୫, ୭୫୧  ଖଣ୍ଡ ଭୋଟ୍‌ରେ ଆଗୁଆ ଥିବା ସୂଚନା ରହିଛି।  ବିଜେଡିକୁ ୩୫୬୦୯ ଭୋଟ ମିଳିଥିବା ବେଳେ ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ୧୯୩୯ ଭୋଟ ମିଳିଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।

Advertisment
Jharsuguda Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe