Advertisment

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୨୭୦୬ ଭୋଟରେ ଆଗୁଆ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Deepali das

Deepali das

ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲାଟରେ ଗଣତି କରାଯାଇଛି।

Advertisment

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଖଣ୍ଡ ଭୋଟ୍‌ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୫୯୪୪ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୮ ଓ କଂଗ୍ରେସକୁ ୧୨୩ ଭୋଟ ମିଳିଛି।

୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।

Advertisment

ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।

BjD State Bjp Congress Jharsuguda Jharsugudabypoll