ଝାରସୁଗୁଡ଼ା ଫଳାଫଳ ପରେ ଆଜି ଅପରାହ୍ନରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ଼ ହୋଇଛି। ଝାରସୁଗୁଡ଼ା ସଦର ବ୍ଲକ ଶ୍ରୀପୁରା ସୁନାମାଲ ଗାଁରେ ଏହି ଅଘଟଣ ଘଟିଛି।
ବିଜେଡି କର୍ମୀ ବାଣ ଫୁଟାଉଥିବା ବେଳେ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଛି। ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଗୁରୁତର ହୋଇଥିବା ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ସୁନାମାଲ ଗାଁର ସୁବ୍ରତ ପ୍ରଧାନ ବୋଲି ଜଣାପଡ଼ିଛି।
ଆହତ କର୍ମୀଙ୍କ ମୁଣ୍ଡ ଓ ଅଖିରେ ଆଘାତ ଲାଗିଛି। ତେବେ ଶେଷ ଖବର ସୁଦ୍ଧା ଏନେଇ ପୁଲିସରେ କୌଣସି ମାମଲା ହୋଇ ନ ଥିଲା। ନିର୍ବାଚନ ପରବର୍ତ୍ତି ହିଂସା ରୋକିବା ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ନ ଦେବା ଏହାର କାରଣ ବୋଲି ଅଭିଯୋଗ ହୋଇଛି।
ଏହି ଘଟଣା ପରେ ସୁନାମାଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।